ହୀରାକୁଦର ଗେଟ ଖୋଲିଲା,ଦେବୀ ନଦୀକୁ ନେଇ ଚିନ୍ତା ବଢିଲା । ନଦୀବନ୍ଧ ଉପରେ ରାତି ତମାମ ନଜର ରଖିଲା ପ୍ରଶାସନ

କମୁଛି ବୈତରଣୀ ବଢୁଛି ଦୁର୍ଦ୍ଦଶା : ଭଦ୍ରକ-ଆଖଣ୍ଡଳମଣୀ ରାସ୍ତା ଉପରେ ୩ ଫୁଟର ବନ୍ୟା ଜଳ; ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ହୀରାକୁଦ ଡ୍ୟାମ ୪୨ଟି ଗେଟ୍ ଖୋଲିବା ଦେବୀ ନଦୀକୁ ନେଇ ବଢିଲା ଚିନ୍ତା । ଦେବୀ ନଦୀର ବନ୍ଧକୁ ନେଇ ଦେଖା ଦେଇଛି ଆଶଙ୍କା । ପ୍ରାୟ ୨୫ କିଲୋମିଟର ବ୍ୟାପୀ ନଦୀ ବନ୍ଧ ଉପରେ ସାରା ରାତି ନଜର ରଖିଥିଲା ଜଳସେଚନ ବିଭାଗ । ମୁଣ୍ଡୁଳି ଠାରେ ଯେଉଁ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ସେଥିରୁ ପ୍ରାୟ ୪୦ ପ୍ରତିଶତ ଜଳ ଦେବୀ ନଦୀରେ ପ୍ରବାହିତ ହେବ ।

ସେଥିପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟିମ୍ ପୁରା ରାତି ନଦୀ ବନ୍ଧ ଉପରେ ପାଟ୍ରୋଲିଂ କରି ନଜର ରଖିଥିଲା । ସାଥିରେ ପେଟ୍ରୋମାସ୍କ ଲାଇଟ୍ ଧରି ନଦୀ ବନ୍ଧରେ ଚାଲିଥିଲା ଅପରେସନ । ତେବେ ନଦୀରେ ଜଳସ୍ତର ବୃଦ୍ଧି ହେଉଥିବା କାରଣରୁ ସ୍ଥାନୀୟ ଲୋକମାନେ ବି ବେଶ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe