ବର୍ଷାରେ ବୁଡିଲା ଅଲାରନାଥ ମନ୍ଦିରର ବେଢା। ପାଣି ନିଷ୍କାସନ ପାଇଁ ରଖାଯାଇଥିବା ମୋଟର ଅକାମି।

109

କନକ ବ୍ୟୁରୋ: ଲଗାଣ ବର୍ଷାରେ ବୁଡିଲା ଅଲାରନାଥ ମନ୍ଦିରର ବେଢା । ସକାଳୁ ବ୍ରହ୍ମଗିରିରେ ପ୍ରବଳ ବର୍ଷା ହୋଇଥିବା ବେଳେ ମନ୍ଦିର ବେଢାରେ ପାଣି ଜମିରହିଛି । ସକାଳ ୯ଟାରୁ ମଧ୍ୟାହ୍ନ ଗୋଟାଏ ଯାଏଁ ହୋଇଥିବା ପ୍ରବଳ ବର୍ଷାରେ ଅଲାରନାଥ ମନ୍ଦିର ପରିସର ବର୍ଷା ପାଣିରେ ବୁଡି ରହିଥିବା ଯୋଗୁଁ ଦିଅଁ ଦର୍ଶନରେ ବାଧା ଉପୁଜିଛି ।

ସେପଟେ ପାଣି ନିଷ୍କାସନ ପାଇଁ ରଖାଯାଇଥିବା ମୋଟର ଅକାମି ହୋଇପଡିଥିବାରୁ ଏବେବି ବର୍ଷା ପାଣି ଜମି ରହିଛି । ଏହାରି ଭିତରେ ଅଧିକ ବର୍ଷା ହେଲେ ଉତ୍ତରର ପଟେ ପାଦୁକ କୁଣ୍ଡ ଦେଇ ମନ୍ଦିର ଭିତରେ ପାଣି ପଶିବା ଆଶଙ୍କା ଦେଖାଦେଇଛି ।