ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ରରେ ସହଯୋଗୀ ୟାକୁବ ସାମିଲ : କଟକ ଡିସିପିଙ୍କ ସୂଚନା; ରିମାଣ୍ଡରେ ନେଇ ହେବ ଅଧିକ ପଚରାଉଚରା

165

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ରହିଛି ଷଡଯନ୍ତ୍ର । ଏଥିରେ ସାମିଲ ଅଛି ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇଦରର ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି । ଏବଂ ହାଇଦର ଫେରାର ପଛରେ ହୋଇଥିବା ଷଡଯନ୍ତ୍ରରେ ସଲ୍ଲୁ ସାମିଲ ଥିବା ନିଜେ ସ୍ୱିକାର କରିଛି ।

ତେବେ ୟାକୁବକୁ ରିମାଣ୍ଡରେ ନେଲା ପରେ ଅଧିକ ପଚରାଉଚରା କରାଯିବ ବୋଲି କହିଛନ୍ତି ଡିସିପି । ତେବେ ସଠିକ ଦିଗରେ ତଦନ୍ତ ଚାଲିଥିବା ବେଳେ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାକୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।