ସୁନ୍ଦରୀକୁ ନେଇ ଚାଲିଛି ଲୁଚୁକାଳି ଖେଳ । କୋର୍ଟରେ ଏବେ ସୁନ୍ଦରୀର ଭାଗ୍ୟ

Advertisment
ସୁନ୍ଦରୀକୁ ନେଇ ଚାଲିଛି ଲୁଚୁକାଳି ଖେଳ । କୋର୍ଟରେ ଏବେ ସୁନ୍ଦରୀର ଭାଗ୍ୟ

କନକ ବ୍ୟୁରୋ  : ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ସାତକୋଶିଆ। ବାଘୁଣୀ ‘ସୁନ୍ଦରୀକୁ ନେଇ ମଧ୍ୟପ୍ରଦେଶ, ଓଡ଼ିଶା ସରକାର ଏବଂ ଏନ୍‌ଟିସିଏ ମଧ୍ୟରେ ଲୁଚକାଳି ଖେଳ ଚାଲିଛି। ହେଲେ ବାଘୁଣୀ ‘ସୁନ୍ଦରୀର ଭାଗ୍ୟ ଏବେ କୋର୍ଟ ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି। ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭୋପାଳ ହାଇକୋର୍ଟର ଏକ ଜନସ୍ୱାର୍ଥ ମାମଲା ଦାୟାର କରାଯାଇଥିବା ବେଳେ ଓଡ଼ିଶା ପିସିସିଏଫ୍‌ଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାପଡ଼ିଛି।

୨୦୧୮, ଜୁନ୍‌ ୨୯ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଏହି ବାଘୁଣୀ ବଂଶବିସ୍ତାର କରିବା ପାଇଁ ସାତକୋଶିଆକୁ ଅଣାଯାଇଥିଲା। ଦୀର୍ଘ ଘଣ୍ଟା ଗାଡ଼ିରେ ଯାତ୍ରା ପରେ ସାତକୋଶିଆ ରାଇଗୁଡ଼ା ଏନକ୍ଲୋଜରକୁ ଛଡ଼ାଯାଇଥିଲା। ସେଠାରେ ବେଶ୍ କିଛି ଦିନ ରହିବା ପରେ ଅଗଷ୍ଟ ୧୭ ୨୦୧୮ରେ ଜଙ୍ଗଲରେ ଛଡ଼ାଯାଇଥିଲା। କେଇଟା ଦିନ ମୁକୁଳା ଜଙ୍ଗଲ ଯାତ୍ରା ଭିତରେ ଦୁଇ ଦୁଇଟା ମଣିଷ ଜୀବନ ନେଇଥିଲା। ଏହାକୁ କେନ୍ଦ୍ରକରି ଟିକରପଡ଼ାରେ ଲଙ୍କାକାଣ୍ଡ ଏବଂ ଜାତୀୟ ରାଜପଥରେ ପୁଲିସ ସହ ଜନତାର ଖଣ୍ଡଯୁଦ୍ଧ ମଧ୍ୟ ହୋଇଥିଲା। ଏଭଳି ସ୍ଥିତିରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ସହିତ ରାଇଗୁଡ଼ା ଜଂଗଲରେ ଥିବା ଏନକ୍ଲୋଜର ଭିତରେ ରଖାଯାଇଛି।

ଗତ ଡିସେମ୍ବର ୨୦୧୯ରେ ଏନଟିସିଏ ବାଘୁଣୀକୁ ଫେରାଇ ଦେବାକୁ ଓଡ଼ିଶା ସରକାରଙ୍କୁ କହିଥି‌ଲେ। ଓଡ଼ିଶା ସରକାର ଏ ଦିଗରେ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ମଧ୍ୟପ୍ରଦେଶ ସରକାର ପ୍ରଥମେ ଏଥିପ୍ରତି ଅନାଗ୍ରହ ପ୍ରକାଶ କରିଥିଲେ। ଏନ୍‌ଟିସିଏ କିନ୍ତୁ ଶୀଘ୍ର ମଧ୍ୟପ୍ରଦେଶକୁ ବାଘୁଣୀ ସୁନ୍ଦରୀକୁ ଫେରାଇନେବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏହାକୁ କାହ୍ନା ଜାତୀୟ ଉଦ୍ୟାନର ଘରେଲା ସେଣ୍ଟର ରଖିବା ପ୍ରସ୍ତାବ ରହିଛି। ସ୍ଥିତି ଏଭଳି ଥିବା ବେଳେ ଇତିମଧ୍ୟରେ ମାମଲା ଭୋପାଳ ହାଇକୋର୍ଟରେ ପହଂଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe