କନକ ବ୍ୟୁରୋ: ନିରାଶ ହେଲେ ଗମାଙ୍ଗ ପରିବାର । ବାପା, ମା. ପୁଅ କାହାକୁ ବି ମିଳିଲାନି ଟିକେଟ୍ । ଗତକାଲି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୭ ବିଧାନସଭା ଆସନ ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ କିନ୍ତୁ ଗମାଙ୍ଗ ପରିବାରର କାହାକୁ ବି ଟିକେଟ ମିଳିନାହିଁ । ଗୁଣୁପୁର ଆସନ ପାଇଁ ହେମା ଗମାଙ୍ଗ ଆଶାୟୀ ଥିବା ବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ଶିଶିର ଗମାଙ୍ଗ ଆଶାୟୀ ଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ତଳସରା ଆସନ ପାଇଁ ଆଶାୟୀ ଥିଲେ । ହେଲେ ଏହି ଆସନରୁ ପ୍ରବୋଧ ତିର୍କି ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ଆଦିବାସୀଙ୍କ ଚେହେରା କୁହାଯାଉଥିବା ଜୟରାମ ପାଙ୍ଗୀ ବିଜେଡି ପରେ ବିଜେପି ଏବଂ ପରେ ବିଆରଏସ ଛାଡି କଂଗ୍ରେସ ଆସିଥିଲେ । ହେଲେ ସେ ବି ଟିକେଟ୍ ପାଇନାହାନ୍ତି । ପଟାଙ୍ଗିରୁ ପାଙ୍ଗୀ ପ୍ରାର୍ଥୀ ହେବେ ବୋଲି ଆଶା ରଖିଥିଲେ ବୋଲି ଜଣାପଡିଛି ।
ଟିକେଟ୍ ଆଶାରେ କରିଥିଲେ ଦଳ ବଦଳ । କିନ୍ତୁ ନିରାଶ ହେଲେ ଗମାଙ୍ଗ ପରିବାର
/kanak/media/post_attachments/wp-content/uploads/2024/04/Screen-Shot-2024-04-03-at-9.16.13-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)