ଅନ୍ଧାରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ବିଜୁଳି ନଥିବାରୁ ହୋଇପାରୁନି ମୋବାଇଲ୍ ଚାର୍ଜ । ଆଠଗଡ ‘ଭୋଗୁଆ’ ଗାଁରେ ଅନଲାଇନ୍ ପାଠପଢାରୁ ବଞ୍ଚିତ ଶହଶହ ଛାତ୍ରଛାତ୍ରୀ

57

କନକ ବ୍ୟୁରୋ : ଅନ୍ଧାରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଆଠଗଡର ‘ଭୋଗୁଆ’ ଗାଁରେ ଫେଲ ମାରିଛି ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନ । ଗାଁକୁ ଭଲ ରାସ୍ତାଟିଏ ନାହିଁ କି, ବିଜୁଳି ନାହିଁ । ବିଜୁଳି ନଥିବାରୁ ମୋବାଇଲ୍ ଚାର୍ଜ ହୋଇପାରୁନାହିଁ । ତେଣୁ କରୋନା କାଳରେ ଅନଲାଇନ୍ ପାଠପଢାରୁ ବଂଚିତ ହୋଇଛନ୍ତି ଶହଶହ ଛାତ୍ରଛାତ୍ରୀ ।

ତେବେ ଏହି ଘଟଣା ନୂଆ ନୁହେଁ । ଅନଲାଇନ ପାଠପଢା ବ୍ୟବସ୍ଥା ହେବା ପରେ ଏଭଳି ଏନେକ ଘଟଣା ସାମ୍ନାକୁ ଆସିଛି । ନିକଟରେ ବୌଦ୍ଧ ଜିଲ୍ଲାରେ ଅନଲାଇନ ପାଠପଢାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଗାଁରେ ନେଟୱାର୍କ ନଥିବାରୁ ହରଭଙ୍ଗା ବ୍ଲକ ପଲାସିକୁଟୁଣି ଗାଁର ଛାତ୍ରଛାତ୍ରୀ ପାହାଡ ଉପରେ ବସି ୨ ଘଣ୍ଟା ଲେଖାଏଁ ଅନଲାଇନ କ୍ଲାସ କରୁଥିଲେ ।

ଏହା ପୂର୍ବରୁ ରାୟଗଡା, ମାଲକାନଗିରି ଓ କଟକ ନରସିଂହପୁର ଅଞ୍ଚଳରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଗାଁରେ ନେଟୱାର୍କ ନଥିବାରୁ ପିଲାମାନେ କେଉଁଠି ପାହାଡ ତ କେଉଁଠି ଗଚ ଉପରେ ବସି ପାଠ ପଢୁଥିବାର ନଜର ଆସିଥିଲେ ।