କନକ ବ୍ୟୁରୋ : ଅନ୍ଧାରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଆଠଗଡର ‘ଭୋଗୁଆ’ ଗାଁରେ ଫେଲ ମାରିଛି ସରକାରଙ୍କ ଡିଜିଟାଲ ଇଣ୍ଡିଆ ମିଶନ । ଗାଁକୁ ଭଲ ରାସ୍ତାଟିଏ ନାହିଁ କି, ବିଜୁଳି ନାହିଁ । ବିଜୁଳି ନଥିବାରୁ ମୋବାଇଲ୍ ଚାର୍ଜ ହୋଇପାରୁନାହିଁ । ତେଣୁ କରୋନା କାଳରେ ଅନଲାଇନ୍ ପାଠପଢାରୁ ବଂଚିତ ହୋଇଛନ୍ତି ଶହଶହ ଛାତ୍ରଛାତ୍ରୀ ।
ତେବେ ଏହି ଘଟଣା ନୂଆ ନୁହେଁ । ଅନଲାଇନ ପାଠପଢା ବ୍ୟବସ୍ଥା ହେବା ପରେ ଏଭଳି ଏନେକ ଘଟଣା ସାମ୍ନାକୁ ଆସିଛି । ନିକଟରେ ବୌଦ୍ଧ ଜିଲ୍ଲାରେ ଅନଲାଇନ ପାଠପଢାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଗାଁରେ ନେଟୱାର୍କ ନଥିବାରୁ ହରଭଙ୍ଗା ବ୍ଲକ ପଲାସିକୁଟୁଣି ଗାଁର ଛାତ୍ରଛାତ୍ରୀ ପାହାଡ ଉପରେ ବସି ୨ ଘଣ୍ଟା ଲେଖାଏଁ ଅନଲାଇନ କ୍ଲାସ କରୁଥିଲେ ।
ଏହା ପୂର୍ବରୁ ରାୟଗଡା, ମାଲକାନଗିରି ଓ କଟକ ନରସିଂହପୁର ଅଞ୍ଚଳରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଗାଁରେ ନେଟୱାର୍କ ନଥିବାରୁ ପିଲାମାନେ କେଉଁଠି ପାହାଡ ତ କେଉଁଠି ଗଚ ଉପରେ ବସି ପାଠ ପଢୁଥିବାର ନଜର ଆସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/43.jpg)