ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଯୌତୁକ ସାମଗ୍ରୀ: ଝିଅ ବାହାଘର ପାଇଁ ରଖାଯାଇଥିବା ଆସବାବପତ୍ର ଜଳି ପୋଡ଼ି ପାଉଁଶ 

268

କନକ ବ୍ୟୁରୋ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର ସହିତ ଝିଅ ବାହାଘର ପାଇଁ ରଖାଯାଇଥିବା ଯୌତୁକ ସାମଗ୍ରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ । ଅଗ୍ନିକାଣ୍ଡରେ ଗାଁର ବାବୁଲି ଦିଆଣିଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଉ ଟଙ୍କା ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି  । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ପିନ୍ଧାଲୁଗା ବ୍ୟତୀତ କିଛି ବି ବାକି ରହିନାହିଁ । ତିନି ଝିଅଙ୍କ ମଧ୍ୟରୁ ନିଜର ମଝିଆଁ ଝିଅର ବିବାହ ପାଇଁ କାଠ ଫର୍ନିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଉ ଟଙ୍କା ଘରେ ରଖିଥିଲେ । ହଠାତ ନିଆଁ ଲାଗି ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୌଭାଗ୍ୟବଶତଃ ବାବୁଲିଙ୍କ ପରିବାର ସଦସ୍ୟଙ୍କର କୌଣସି କ୍ଷତି ହୋଇନାହିଁ । ତେବେ ତାଙ୍କର ୧୨ଟି ଛେଳି ମଧ୍ୟରୁ ୬ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିଲେ । ସେପଟେ ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ହରାଇଥିବା ବାବୁଲିକୁ ସରକାରୀ ସହାୟତା ଯୋଗେଇ ଦେବାକୁ ଦାବି ହୋଇଛି ।