କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତଙ୍କ ଘରକୁ ନିଆଁ ପାଣି ବାସନ୍ଦ । ଘର ଦୁଆରେ ବାଡ଼ ବୁଜିଲେ ଗ୍ରାମବାସୀ । ଗାଁରେ କରାଇଦେଲେନି ଶବସତ୍କାର । ବାଲେଶ୍ୱର ନୀଳଗିରି ଥାନା କାଂଶ ଗାଁରେ ଦସ୍ୱବ ଯୁବକଙ୍କୁ ହତ୍ୟା ଘଟଣାରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଗ୍ରାମବାସୀ ।

Advertisment

ହତ୍ୟା ଅଭିଯୁକ୍ତଙ୍କ ଘର ଆଗରେ ଗ୍ରାମବାସୀ ବାଡ଼ ବୁଜିବା ସହ ନିଆଁପାଣି ବାସନ୍ଦ କରିଥିବା ଦେଖିବାକୁ ମିଳିଛି । ଜମିବାଡ଼ି ବିବାଦ ଓ ସମ୍ପତି ପାଇଁ କାଂଶ ଗ୍ରାମର ସନ୍ତୋଷ କୁମାର ରାଉତଙ୍କ ଘରେ ଏହି ହତ୍ୟକାଣ୍ଡ ଘଟିଥିଲା । ସନ୍ତୋଷ କୁମାର ରାଉତଙ୍କ ବଡ଼ପୁଅ ବିଜୟ ଓ ବୋହୁ କାବେରୀ ୪ଜଣ ସୁପାରି କିଲରଙ୍କ ଦ୍ୱାରା ସାନପୁଅ ଭବାନୀ ଓ ତାଙ୍କ ସାଙ୍ଗକୁ ହତ୍ୟା କରିଥିଲେ । ପୋଲିସ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।