ବାହାନଗା ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର । ମୃତକଙ୍କ ପରିଚୟ ନମିଳିବାରୁ ଏମ୍ସରେ ମୃତଦେହର ଡିସପୋଜ୍ ପ୍ରକ୍ରିୟା ଆରମ୍ଭ

203

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ୨୮ଟି ମୃତଦେହର ହେବ ଅନ୍ତିମ ସଂସ୍କାର । ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଏମସି, ପୂର୍ବତଟ ରେଳପଥ ଓ ସିବିଆଇ ଉପସ୍ଥିତିରେ ମୃତଦେହକୁ ଡିସପୋଜ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସପୋଜ୍ ପ୍ରକ୍ରିୟା ପରେ ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯିବ । ଆଉ ଏସବୁ ମୃତଦେହର ଶେଷକୃତ୍ୟ ସତ୍ୟନଗର ଓ ଭରତପୁର ଶ୍ମଶାନରେ କରାଯିବ । ପ୍ରାୟ ୪ମାସ ହେଲା ମୃତଦେହ ଗୁଡ଼ିକକୁ ଫ୍ରିଜରେ ରଖାଯାଇଛି । ଟ୍ରେନ୍ ଦୁର୍ଘଟଣା ଭଳି ଅଘଟଣରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ଶବ ତାଙ୍କ ସମ୍ପର୍କୀୟଙ୍କୁ ଫେରାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଭରପୁର ଚେଷ୍ଟା କରାଯାଇଥିଲା । ହେଲେ, କିଛି କ୍ଷେତ୍ରରେ ତାହା ସମ୍ଭବ ନହେବାରୁ ଅନ୍ତିମ ସଂସ୍କାର କରିବା ପାଇଁ ନିଷ୍ପତି ହୋଇଛି ।