କନକ ବ୍ୟୁରୋ : ଯୁଦ୍ଧ ଭିତରେ ଇସ୍ରାଏଲ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ତେଲ ଅବିବରେ ପହଂଚିବା ପରେ ମାକ୍ରନଙ୍କୁ ସ୍ୱାଗତ କରାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି । ଇସ୍ରାଏଲ ଗସ୍ତ ପୂର୍ବରୁ ମାକ୍ରୋନ ପ୍ରତିକ୍ରିୟା ଦେଇ କହିଥିଲେ, ଆତଙ୍କବାଦ ବିରୋଧୀ ଲଢେଇରେ ଇସ୍ରାଏଲ ସହ ଫ୍ରାନ୍ସ ରହିଛି ।

Advertisment

ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ କାପୁରୁଷ ଭାବେ ଯେପରି ନୀରିହ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିଛନ୍ତି ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଏବେ ସାରା ବିଶ୍ୱ ଏକଜୁଟ ହୋଇ ଆତଙ୍କବାଦ ବିରୋଧରେ ଲଢେଇବା କରିବା ଜରୁରୀ ହୋଇପଡିଛି । ସେହିପରି ଗାଜାର ସାଧାରଣ ନାଗରିକଙ୍କୁ ମାନବୀୟ ସହାୟତା ଯୋଗାଇଦେବା ଉପରେ ଜୋର ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ।