କନକ ବ୍ୟୁରୋ : ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି । ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ସରୁଛି । ମାଗଣା ଟିକାର ଅବଧି ଆଉ ମାତ୍ର ୨୭ଦିନ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ଅପିଲ କରିଛି ।

Advertisment

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ବୁଷ୍ଟର ଡୋଜ ନେଇ ନାହାନ୍ତି । ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ବୁଷ୍ଟର ଡୋଜ ନେଇ ନାହାନ୍ତି । ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ବୁଷ୍ଟର ଡୋଜ ନେଇଛନ୍ତି । କେବଳ ସେତିକି ନୁହେଁ ଦ୍ୱିତୀୟ ଡୋଜ ନେବାକୁ ୨୩ ଲକ୍ଷ ୩୨ ହଜାର ଲୋକ ଭୁଲି ଯାଇଛନ୍ତି । ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉ ନାହାନ୍ତି ।