କନକ ବ୍ୟୁରୋ: ଚଳିତ ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟାରେ ଭାରତୀୟ ବୋଲରଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ସମସ୍ତ ଫ୍ରାଞ୍ଚାଇଜ୍ । ବିଶେଷକରି ଗତ କିଛି ମ୍ୟାଚରେ ଯେଉଁ ଭାରତୀୟ ପେସ ବୋଲର ଭଲ ପ୍ରଦର୍ଶନ କରିଥିଲେ, ଟିମ୍ ମାଲିକମାନେ ତାଙ୍କୁ ଭାରି ଦାମରେ ନିଜ ଦଳରେ ସାମିଲ କରିଛନ୍ତି । ଏହି ଲିଷ୍ଟରେ ଦୀପକ ଚହର ସବୁଠୁ ଆଗରେ ଥିବାବେଳେ ତାଙ୍କ ପଛକୁ ସାର୍ଦ୍ଦୁଲ ଠାକୁର, ହର୍ଷଲ ପଟେଲ, ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ବୋଲର ସାମିଲ ଅଛନ୍ତି ।

Advertisment

ଦୀପକ ଚହରଙ୍କୁ ତାଙ୍କ ପୁରୁଣା ଦଳ ଚେନ୍ନାଇ ସୁପର କିଙ୍ଗସ୍ ୧୪ କୋଟି ଟଙ୍କା ଦେଇ ନିଲାମରେ କିଣି ନେଇଥିବାବେଳେ, ସାର୍ଦ୍ଦୁଲ ଠାକୁରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । ସେହିପରି ପ୍ରସିଦ୍ଦ କ୍ରିଣ୍ଣାଙ୍କୁ ରାଜସ୍ଥାନ ରୟାଲ୍ସ ୧୦ କୋଟି, ଅଶ୍ୱିନୀଙ୍କୁ ୫ କୋଟି ଟଙ୍କାରେ କିଣିଛି । ଅନ୍ୟପଟେ ହର୍ଷଲ ପଟେଲଙ୍କୁ ଆରସିବି ୧୦.୭୫ କୋଟି ଟଙ୍କା ଦେଇ ନିଲାମରେ ନିଜ ଦଳରେ ସାମିଲ କରିଛି ।

ଏହା ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା କରିଛନ୍ତି ଫ୍ରାଞ୍ଚାଇଜ୍ । ଇଷାନ କିଷାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସଂଖ୍ୟକ ୧୫.୨୫ କୋଟିରେ କିଣିଥିବାବେଳେ, କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟାସ ଆୟାରଙ୍କୁ ୧୨,୨୫ କୋଟିରେ କିଣିଛି ।