ବିନା ପରୀକ୍ଷାରେ ରେଜଲ୍ଟ ବାହାର କରିବା ପାଇଁ ବାହାରିଲା ସୂତ୍ର । ୩୧ ଜୁଲାଇ ସୁଦ୍ଧା ବାହାରିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଦଶମ-ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ମାର୍କ ଆଧାରରେ ହେବ ମୂଲ୍ୟାୟନ 

249

କନକ ବ୍ୟୁରୋ: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ କିପରି ପ୍ରକାଶ ପାଇବ, ଏ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲ, ତାହା ଦୂର ହୋଇଛି । ମୂଲ୍ୟାୟନ କିପରି କରାଯିବ, କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କ ନମ୍ବର ଦିଆଯିବ, ସୁପ୍ରିମକୋର୍ଟଙ୍କୁ ଜଣାଇଛି ସିବିଏସଇ । ଜୁଲାଇ ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି ।

ଦେଖନ୍ତୁ କେଉଁ ଆଧାରରେ ହେବ ମୂଲ୍ୟାୟନ..

ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ଆଧାରରେ ଦିଆଯିବ ନମ୍ବର

ଦଶମ ପରୀକ୍ଷା ଫଳକୁ ଦିଆଯିବ ୩୦ ପ୍ରତିଶତ ୱେଟେଜ୍

ଦଶମରେ ସର୍ବାଧିକ ନମ୍ବର ରଖିଥିବା ୩ଟି ବିଷୟ ହେବ ଆଧାର

ଏକାଦଶ ପରୀକ୍ଷା ଫଳ ୩୦ ପ୍ରତିଶତ ୱେଟେଜ୍

ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷା ୪୦ ପ୍ରତିଶତ ୱେଟେଜ୍

ଦ୍ୱାଦଶ ଶ୍ରେଣୀର ୟୁନିଟ, ଟର୍ମ ଓ ପ୍ରାକ୍ଟିକାଲ୍ ପରୀକ୍ଷା ହେବ ଆଧାର

ପ୍ରତ୍ୟେକ ସ୍କୁଲ ଏକ ରେଜଲ୍ଟ କମିଟି ଗଠନ କରିବେ

ସ୍କୁଲ ଦେଇଥିବା ମାର୍କକୁ ଅନୁଧ୍ୟାନ କରିବ ମଡରେସନ୍ କମିଟି

ସ୍ଥିତିରେ ସୁଧାର ଆସିଲେ ପୁଣିଥରେ ପରୀକ୍ଷା ଦେଇପାରିବେ ଅସନ୍ତୁଷ୍ଟ ଛାତ୍ର/ଛାତ୍ରୀ

ବିଗତ ବର୍ଷଗୁଡିକରେ ସଂପୃକ୍ତ ସ୍କୁଲ କିପରି ରେଜଲ୍ଟ କରିଛି, ଛାତ୍ରଛାତ୍ରୀମାନେ କେତେ ପ୍ରତିଶତ ମାର୍କ ରଖି ଆସିଛନ୍ତି, ତାକୁ ମଧ୍ୟ ନଜରରେ ରଖାଯିବ । ମଡରେସନ୍ କମିଟି ଏସବୁ ଉପରେ ଧ୍ୟାନ ଦେବ । ମୋଟାମୋଟି ଭାବେ କହିଲେ, ନିରପେକ୍ଷ ମୂଲ୍ୟାୟନ ଉପରେ ଗୁରୁତ୍ୱ ଦେଇଛି ସିବିଏସଇ ।

ସ୍କୁଲର ରେଜଲ୍ଟ କମିଟି ଛାତ୍ର/ଛାତ୍ରୀଙ୍କୁ ସଠିକ୍ ଓ ନିରପେକ୍ଷ ଭାବେ ନମ୍ବର ଦେଇଛି କି ନାହିଁ, ତାକୁ ଅନୁଧ୍ୟାନ କରିବ ମଡରେସନ୍ କମିଟି । ଆଟର୍ଣ୍ଣିଂ ଜେନେରାଲ କେ କେ ଭେନୁଗୋପାଳ ମୂଲ୍ୟାୟନର ସଂପୂର୍ଣ୍ଣ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ସିବିଏସଇର ମୂଲ୍ୟାୟନ ପଦ୍ଧତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାିଛି ।

ସୁପ୍ରମିକୋର୍ଟ ସିବିଏସଇର ଏହି ମୂଲ୍ୟାଙ୍କନ ନୀତିକୁ ଗ୍ରହଣ କରିଛନ୍ତି । ୪ ଜୁନରେ ସିବିଏସଇ ୧୩ ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ କମିଟି ଗଠନ କରିଥିଲା । ବିଭିନ୍ନ ପ୍ରସ୍ତାବକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ ପାଇଁ ଦଶ ଦିନ ସମୟ ନେଇଥିଲା ଏହି କମିଟି । ସିବିଏସଆଇ ମୂଲ୍ୟାୟନ ପଦ୍ଧତିରେ ଯେଉଁମାନେ ଯୋଗ୍ୟ ହେବେ ନାହିଁ, ସେମାନଙ୍କୁ ଏସେନ୍ସିଆଲ ରିପିଟ ବା କମ୍ପାଟମେଂଟ କାଟାଗୋରିକୁ ପଠାଇ ଦିଆଯିବ ।