କନକ ବ୍ୟୁରୋ: ରତ୍ନଭଣ୍ଡାର ଚାବିକୁ ନେଇ ବଢୁଛି ବିବାଦ। ପ୍ରକୃତରେ ଚାବି କୁଆଡେ ଗଲା ଓ କାହିଁକି ତାଲା ଭଙ୍ଗାଗଲା, ତାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ୧୯୭୮ ପରେ ପୁରୀରେ ୩୦ ଜଣ ଜିଲ୍ଲାପାଳ ବଦଳିଛନ୍ତି। ତେଣୁ କାହା ସମୟରେ ଚାବି ହଜିଲା ଓ କାହାକୁ ଦାୟୀ କରାଯିବ, ତାକୁ ନେଇ ଦ୍ୱନ୍ଦ୍ବ ବଢୁଛି।

Advertisment

ଭିତର ରତ୍ନଭଣ୍ଡାର ଚାବିକୁ ନେଇ ବଢୁଛି ବିବାଦ । ପ୍ରକୃତରେ ଚାବି କୁଆଡେ ଗଲା ଓ କାହିଁକି ତାଲା ଭଙ୍ଗାଗଲା ତାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୧୮ରେ ତତକାଳୀନ ସରକାର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଚାବି ନ ମିଳିବାରୁ ଡୁପ୍ଲିକେଟ ଚାବି ଅଛି ବୋଲି ଖୋଦ୍ ତତକାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଥିଲେ। ତେଣୁ ଏବେ ବିବାଦ ଥାନାରେ ପଂହିଚିଛି । ତତକାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବିରେ ଜଗନ୍ନାଥ ସେନା ସିଂହଦ୍ୱାର ଥାନାରେ ଏତଲା ଦେଇଛି ।

୬ ବର୍ଷ ଭିତରେ କୁଆଡେ ଗଲା ଚାବି?
ମିଛ କହିଥିଲେ କି ତତକାଳୀନ ଜିଲ୍ଲାପାଳ?
ନା ପୂର୍ବରୁ ହଜିଥିଲା ଚାବି?

୧୯୮୫ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ଅଳଙ୍କାର ଅଣାଯାଇଥିଲା । ଅର୍ଥାତ ସେତେବେଳେ ରତ୍ନଭଣ୍ଡାରର ଅସଲି ଚାବି ଥିଲା । ତା ପରେ ଭିତର ଭଣ୍ଡାର ଖୋଲାଯାଇନଥିଲା । ଏହାରି ଭିତରେ ୩୦ ଜଣ ପୁରୀ ଜିଲ୍ଲାପାଳ ହୋଇଛନ୍ତି । ତେଣୁ କାହା ସମୟରେ ଚାବି ହଜିଛି ସେ ନେଇ ପ୍ରଶ୍ନ ଉଠିଛି ।

ଅରବିନ୍ଦ ଅଗ୍ରୱାଲ ୨୨ ଅଗଷ୍ଟ ୨୦୧୪ରୁ ୮ ଅଗଷ୍ଟ ୨୦୧୮ ଯାଏଁ ପୁରୀ ଜିଲ୍ଲାପାଳ ଥିଲେ । ତେଣୁ ସେ ସମୟରେ ସେ ଯଦି ଡୁପ୍ଲିକେଟ ଚାବି କଥା କହିଥିଲେ, ତାହାହେଲେ ସେହି ଚାବି ଏହି ୬ ବର୍ଷ ଭିତରେ କୁଆଡେ ଗଲା ତାକୁ ନେଇ ସନ୍ଦେହ ବଢିଛି ।

ଭିତର ରତ୍ନଭଣ୍ଡାର ଚାବି ହଜିବା ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ସଂଶୟ ଦେଖାଦେଇଛି । ଆଉ ନୂଆ ସରକାର ଏହି ସନ୍ଦେହ ଦୂର କରିବେ ବୋଲି ଆଶା କରାଯାଉଛି ।