ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଲାଗିଲା ବଡ ଝଟକା। ଇମ୍ରାନଙ୍କ ଆବେଦନକୁ ଖାରଜ କଲେ ଇସଲାମବାଦ ହାଇକୋର୍ଟ।

94

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଲାଗିଛି ବଡ ଝଟକା । ଇମ୍ରାନଙ୍କ ଆବେଦନକୁ ଖାରଜ କରିଛନ୍ତି ଇସଲାମାବାଦ କୋର୍ଟ । ଉପହାର ମାମଲାରେ ପାକିସ୍ତାନ ନିର୍ବାଚନ କମିଶନ ଇମ୍ରାନଙ୍କ ସଂସଦର ସଦସ୍ୟତା ରଦ୍ଧ କରିବା ସହ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହାକୁ ଚ୍ୟାଲେଞ୍ଜ ଦେଇ ଇମ୍ରାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିର୍ବାଚନ କମିଶନଙ୍କ ବିରୋଧରେ ଇମ୍ରାନ ଦାୟର କରିଥିବା ଆବେଦନକୁ ଖାରଜ କରିଛନ୍ତି ଇସଲାମବାଦ କୋର୍ଟ । ତେବେ କୋର୍ଟ କହିଛନ୍ତି କି ଇମ୍ରାନ ନିର୍ବାଚନ ଲଢିପାରିବେ । କିଛି ଦିନ ପୂର୍ବରୁ ବିରୋଧର ସମ୍ମୁଖୀନ ହୋଇ ଇମ୍ରାନଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ଓ ଆଉ ଏବେ ଉଭୟ ନିର୍ବାଚନ କମିଶନ ଏବଂ ଇସଲାମବାଦ କୋର୍ଟଙ୍କୁ ଡବଲ ଝଟକା ପାଇବା ପରେ ଇମ୍ରାନଙ୍କ ରାଜନୈତିକ କ୍ୟାରିୟର ବଡ ସଙ୍କଟ ଭିତରେ ପଡିଯାଇଛନ୍ତି ।

ସେପଟେ ସାରା ଦେଶରେ ବିରୋଧପ୍ରଦର୍ଶନ କରିବା ବୋଲି ଘୋଷଣା କରିଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ । କିଛି ଦିନ ପୂର୍ବରୁ ବିରୋଧୀଦଳର ତାଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣି ଇସିଙ୍କ ଦ୍ୱାରସ୍ଥ ହୋଇଥିଲେ । ଇମ୍ରାନ ଦେଶ ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କାର ଉପହାରକୁ ନେଇ ବିନିୟମ କାରବାର କରିଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ ସରକାରଙ୍କର ଶୀର୍ଷ ନେତାଙ୍କୁ ମିଳିଥିବା ଉପହାର ତୋଷଖାନାରେ ରହିବା ନିୟମ ରହିଛି । ଯଦି ସରକାର ଚାହିଁବେ ଉପହାରକୁ ୫୦ପ୍ରତିଶତ ଦରରେ କିଣିପାରିବେ । କିନ୍ତୁ ଇମ୍ରାନ ଏହାକୁ କମ ଦାମରେ କିଣି ଅଧିକ ଦାମରେ ବିକ୍ରି କରି କୋଟି କୋଟି ଟଙ୍କା ଉପାର୍ଜନ କରିଥିବା ଅଭିଯୋଗ ହୋଇଛି ।