କନକ ବ୍ୟୁରୋ : ତିର୍ତ୍ତୋଲ ଉପ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଆଜି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ପିସିସି ସମ୍ପାଦକ ଓ ଶତାଧିକ କଂଗ୍ରେସ କର୍ମୀ । କଂଗ୍ରେସର ୧୦ରୁ ଅଧିକ ଆଗଧାଡିର ନେତା ନିଜ ସମର୍ଥକଙ୍କ ସହ ଆଜି କଂଗ୍ରେସରୁ ଇସ୍ତଫା ଦେବା ସହ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ଉପ ନିର୍ବାଚନ ପୂର୍ବରୁ ଏଭଳି ଦଳ ଡିଆଁ ଘଟଣା କଂଗ୍ରେସକୁ ବିପଦରେ ପକାଇପାରେ ବୋଲି କୁହାଯାଉଛି ।
ପୂର୍ବତନ ପିସିସି ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ପୂର୍ବତନ ଚେୟାରମ୍ୟାନ ଏସକେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି. କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ, ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ, ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, କଂଗ୍ରେସ ନେତା ଶେଖ ମହତାବ ଅଲ୍ଲୀଙ୍କ ନେତୃତ୍ୱରେ ଅନେକ କର୍ମୀ ବିଜେଡିରେ ମିଶିଛନ୍ତି ।/kanak/media/post_attachments/wp-content/uploads/2020/10/5e108a08-bb9e-4073-81db-bd49f02b4947-300x225.jpg)
ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ଦେବାଶିଷ ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି, ଜନ୍ନେଜୟ ଲେଙ୍କା ଓ ସାଂସଦ ରାଜଶ୍ରୀ ମଲ୍ଲିକ ଉପସ୍ଥିତି ରହିଥିଲେ ।
ଆଗକୁ ତିର୍ତ୍ତୋଲରେ ଉପ ନିର୍ବାଚନ ରହିଛି ତେଣୁ କଂଗ୍ରେସରୁ ଏତେ ମାତ୍ରାରେ ଆଗଧାଡିର ନେତା ବିଜେଡିରେ ଯୋଗ ଦେବା ଦଳ ପାଇଁ ବିପଦ ସୃଷ୍ଟି କରେ । ଅନ୍ୟପକ୍ଷରେ ଏବେ ତିର୍ତ୍ତୋଲରେ ପ୍ରାର୍ଥୀ ଚୟନ ନେଇ ଦଳ ମାନଙ୍କ ମଧ୍ୟରେ ଅଙ୍କକଷା ଜୋରଦାର ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/6cbd8525-4be5-4ad4-bcdd-7e882af63db6.jpg)