ରାଜନୀତିରେ ବିଧାୟକ ବନାମ ପୂର୍ବତନ ବିଧାୟକ । ସୋରର ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ଭିତରେ ଠେଲାପେଲା । 

Advertisment
ରାଜନୀତିରେ ବିଧାୟକ ବନାମ ପୂର୍ବତନ ବିଧାୟକ । ସୋରର ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ଭିତରେ ଠେଲାପେଲା । 

କନକ ବ୍ୟୁରୋ: ରାଜନୀତିରେ ବିଧାୟକ ବନାମ ପୂର୍ବତନ ବିଧାୟକ  । କିଏ ନିଜର ଅସ୍ତିତ୍ୱ ପାଇଁ ଲଢ଼ୁଛି, କିଏ ନିଜର କ୍ଷମତାକୁ ଜାହିର କରିବା ପାଇଁ  । ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକଙ୍କୁ ଯେଉଁଭଳି ଭାବେ ରାସ୍ତା ଉପରେ ବର୍ତ୍ତମାନର ବିଧାୟକ ଠେଲାପେଲା କଲେ, ତାହା ଦର୍ଶାଉଛି ଜଣେ ଜନପ୍ରତିନିଧି କେଉଁଭଳି ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି  । ଅନ୍ୟପଟେ ୨୦୧୯ରେ କରିଥିବା ଭୁଲକୁ ୨୦୨୨ରେ ସୁଧାରିବାକୁ ଅପିଲ କରିଛନ୍ତି ଚିଲିକାର ପୂର୍ବତନ ବିଧାୟକ  ।

ଗୋଟିଏ ପଟେ ସୋରର ବିଧାୟକ ପର୍ଶୁରାମ ଧଡ଼ା ଓ ଅନ୍ୟପଟେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ  । ପର୍ଶୁରାମଙ୍କୁ ପ୍ରଶ୍ନ ପଚାରୁଛନ୍ତି ପରମାଣିକ  । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ଆସୁଥିବା ଅର୍ଥ କାହିଁକି ସ୍ଥାନାନ୍ତର କରାଗଲା ବୋଲି ସେ ପଚାରୁଛନ୍ତି   । ହେଲେ ବିଧାୟକ ଶୁଣିବାକୁ ନାରାଜ ବରଂ ତୁମର କ’ଣ ଅସୁବିଧା ହେଉଛି, କାହିଁକି ପଚାରଛ ବୋଲି କହୁଛନ୍ତି  । ତେବେ ବିବାଦ ଏଠି ସରିନଥିଲା, ବରଂ ପୂର୍ବତନ ବିଧାୟକ ପରମାଣିକଙ୍କୁ ବିଧାୟକ ପର୍ଶୁରାମ ଧଡ଼ା ଠେଲାପେଲା କରିଥିବା ଅଭିଯୋଗ ହୋଇଛି  । ଏହାସହ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ଲଗାଇ ଧକା ମାରି ବାହାର କରିବାକୁ ନିର୍ଦ୍ଦେଶ ଦେବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସୋର ଅନନ୍ତପୁର ପାଟିମୁଣ୍ଡା ଅଞ୍ଚଳରେ ନିର୍ବାଚନ ପ୍ରଚାର ବେଳେ ଜିଲ୍ଲାର ଦୁଇ ବରିଷ୍ଠ ବିଜେଡି ନେତା ମୁହାଁମୁହିଁ ହେବା ଏବେ ଚର୍ଚ୍ଚା ପାଲଟିଛି  ।

ଚିଲିକାରେ ବିଜେଡି ବନାମ ବିଜେଡି

ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଗୋବିନ୍ଦପୁରକୁ  ପ୍ରଚାର ପାଇଁ ଯାଇଥିବା ବେଳେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଜୋରଦାର ବିରୋଧ କରାଯାଇଥିଲା, ତେବେ ଏହି ବିରୋଧ କୌଣସି ଅନ୍ୟ ଦଳର କର୍ମୀ ନୁହେଁ, ବରଂ ବିଜେଡିର ଲୋକ ହିଁ କରିଥିଲେ  । ତେବେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମଧ୍ୟରେ ଏ ପତିଆରା ଯୁଦ୍ଧ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ କେତେ ପ୍ରଭାବିତ କରୁଛି, ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe