ନୂଆଦିଲ୍ଲୀର କୂଟନୈତିଜ୍ଞଙ୍କ ସହ ପରୋକ୍ଷରେ ସ୍ୱର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ । ଅସଦ ଦୁରାନୀ କହିଲେ, ଗିଲଗିଟ ବାଲତିସ୍ତାନକୁ ସାମୟିକ ପ୍ରଦେଶର ମାନ୍ୟତା ନିଷ୍ପତି ପାକିସ୍ତାନର ବଡ ଭୁଲ

ନୂଆଦିଲ୍ଲୀର କୂଟନୈତିଜ୍ଞଙ୍କ ସହ ପରୋକ୍ଷରେ ସ୍ୱର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ । ଅସଦ ଦୁରାନୀ କହିଲେ, ଗିଲଗିଟ ବାଲତିସ୍ତାନକୁ ସାମୟିକ ପ୍ରଦେଶର ମାନ୍ୟତା ନିଷ୍ପତି ପାକିସ୍ତାନର ବଡ ଭୁଲ

କନକ ବ୍ୟୁରୋ : ନୂଆଦିଲ୍ଲୀର କୂଟନୈତିଜ୍ଞଙ୍କ ସହ ପରୋକ୍ଷରେ ସ୍ୱର ମିଳାଇଛନ୍ତି ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ । ଗିଲଗିଟ ବାଲତିସ୍ତାନକୁ ସାମୟିକ ପ୍ରଦେଶର ମାନ୍ୟତା ଘୋଷଣା କରିଛି ପାକିସ୍ତାନ । ଇମ୍ରାନ ସରକାରଙ୍କ ଏହି ନିଷ୍ପତିକୁ ନେଇ ଆପତି ଉଠାଇଛି ଭାରତ । ପାକିସ୍ତାନରେ ମଧ୍ୟ କିଛି ଗୋଷ୍ଠୀ ଏହି ନିଷ୍ପତିକୁ ନେଇ ବିରୋଧର ସ୍ୱର ଉଠାଇଛନ୍ତି । ଏପରିକି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଅସଦ ଦୁରାନୀ ଗିଲଗିଟ ବାଲତିସ୍ତାନକୁ ସାମୟିକ ପ୍ରଦେଶର ମାନ୍ୟତା ନିଷ୍ପତି ପାକିସ୍ତାନର ବଡ ଭୁଲ ବୋଲି କହିଛନ୍ତି ।

ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଦୁରାନୀଙ୍କୁ ପ୍ରଶ୍ନ କରାଯାଇଥଲା ଯେ, କଶ୍ମୀର ଠାରୁ ଭାରତ ସ୍ୱତନ୍ତ୍ର ମାନ୍ୟତା ହଟାଇବା ପରେ ବିିଭିନ୍ନ ସମସ୍ୟା ଦେଖାଦେଇଛି, କିନ୍ତୁ ପାକିସ୍ତାନ ଗିଲଗିଟ ବାଲତିସ୍ତାନକୁ ସାମୟିକ ପ୍ରଦେଶର ମାନ୍ୟତା ନିଷ୍ପତ୍ତି ଠିକ୍ କି? ଏହାର ଉତରରେ ଦୁରାନୀ କହିଛନ୍ତି, ମୁଁ ଯେତେବେଳେ କଶ୍ମୀର ଦାୟିତ୍ୱରେ ଥିଲି ସେହି ସମୟରେ ମୋର ଜଣେ ବନ୍ଧୁ ୟୁସୁଫ କହିଥିଲେ ଯେ ଆମେ ଏପରି ଭୁଲ୍ କରିବା ପରେ ଆମର କଶ୍ମୀର ଏଜେଣ୍ଡା ଦୁର୍ବଳ ହୋଇଯିବ ।

ଅନେକ ଜିନିଷର ସ୍ଥିତି ପରିବର୍ତ୍ତନ କରାଯିବା ଉଚିତ ନୁହେଁ । କାରଣ ଆମେ ଏହା ରାଜନୈତିକ ଫାଇଦା ପାଇଁ କଲେ ମଧ୍ୟ ଏହା କ୍ଷତି ପହଂଚାଇବ । ବାହାବଲପୁର ଓ ସ୍ୱାତ ଭଲ ରାଜ୍ୟ । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା ଏବଂ ସେହି ମୁଖ୍ୟସ୍ରୋତ ଦୁର୍ନୀତିଗ୍ରସ୍ତ ଓ ଅସଫଳ । ବାଲତିସ୍ତାନ ସହ ମଧ୍ୟ ଆମେ ଏହା କରିଛୁ । ଏହି ତିନୋଟି ପ୍ରଦେଶ ଭଲ ଭାବେ ପରିଚାଳିତ ହୋଇଥାନ୍ତା କିନ୍ତୁ ଆମେ ଏହାକୁ ଏକତ୍ର କରିଛୁ ଏବଂ ବର୍ତ୍ତମାନେ ଆମେ ଏହାକୁ ସମ୍ଭାଳିବାରେ ଅସମର୍ଥ । ବାଲତିସ୍ତାନବାସୀଙ୍କ ଉପରେ ଏମିତି କୌଣସି ନିଷ୍ପତ୍ତି ଲଦି ଦିଆଯାଇ ପାରିବ ନାହିଁ ।

ଗିଲଗିଟ ବଲତିସ୍ତାନକୁ ପ୍ରୋଭିଜନାଲ ପ୍ରୋଭିନସିଆଲ ଷ୍ଟାଟସ ଅର୍ଥାତ ସାମୟିକ ପ୍ରଦେଶ ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏପରିକି ନଭେମ୍ବର ୧୫ ତାରିଖରେ ସେଠାରେ ନିର୍ବାଚନ ହୋଇଥିବା ବେଳେ ତେହରିକ-ଏ-ପାକିସ୍ତାନର ନେତା ଖାଲିଦ ମୁର୍ସିଦଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରାଯାଇଛି । ଗିଲଗିଟ ବଲତିସ୍ତାନରେ ଏବେବି ପାକିସ୍ତାନ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି । ସେପଟେ ଗିଲଗିଟ ବଲତିସ୍ତାନକୁ ସାମୟିକ ପ୍ରଦେଶ ମାନ୍ୟତା ଦେବା ପ୍ରାଥମିକତା ବୋଲି ପୁଣି ଦୋହରାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।

ଭାରତ ସରକାର ପାକିସ୍ତାନର ଏହି ଉଦ୍ୟମର କଡା ପ୍ରତିବାଦ କରିଛନ୍ତି । ବୈଦେଶୀକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଭାରତର ଅଂଚଳକୁ ବେଆଇନ ଭାବେ ଓ ଜୋରଜବରଦସ୍ତ ଅକ୍ତିଆର କରି ଏଠାରେ ଭୌତିକ ପରିବର୍ତନ କରିବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର, ଭାରତ ଏହାକୁ ନିନ୍ଦା କରୁଛି । ୧୯୪୭ରେ ବିଲୟ ପରେ ଜାମ୍ମୁ-କାଶ୍ମୀର ଓ ଲଦାଖ ଭଳି ଗିଲଗିଟ ବାଲତିସ୍ତାନ ମଧ୍ୟ ଭାରତର ଅଭିନ୍ନ ଅଙ୍ଗ । ତେଣୁ ପାକିସ୍ତାନ ଏହିସବୁ ଅଂଚଳର ମାନ୍ୟତା ପରିବର୍ତ୍ତନ କରିବା ବଦଳରେ ବେଆଇନ ଭାବରେ କବଜା କରିଥିବାରୁ ତୁରନ୍ତ ଖାଲି କରିଦେବା ଉଚିତ୍ ।

ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ପାକିସ୍ତାନ ଅର୍ନ୍ତଜାତୀୟ ସମୁଦାୟରେ ବାରମ୍ବାର ଏହି ହୋହାଲ୍ଲା କରିବାକୁ ପ୍ରୟାସ କରିଛି । ଏବେ ପ୍ରଶ୍ନ ଉଠୁଛି ଭାରତର ଅଭିନ୍ନ ଅଙ୍ଗ ଗିଲଗିଟ ବାଲତିସ୍ତାନକୁ ପାକିସ୍ତାନର ସାମୟିକ ପ୍ରଦେଶ ମାନ୍ୟତା ନିଷ୍ପତି ପରେ ନୂଆଦିଲ୍ଲୀ କଣ ଆଭିମୁଖ୍ୟ ରଖିବ ତାରି ଉପରେ ନଜର ଅଟକିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe