ସରିଲା ଅନୀଲ ଦେଶମୁଖଙ୍କ ରିମାଣ୍ଡ: ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ 

69

କନକ ବ୍ୟୁରୋ: ଜେଲ ଗଲେ ମହାରାଷ୍ଟ୍ର ପୁର୍ବତନ ଗୃହମନ୍ତ୍ରୀ । ମୁମ୍ବାଇ ପିଏମଏଲଏ କୋର୍ଟ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନ ଖାରଜ କରି ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଇଛନ୍ତି । ମୁମ୍ବାଇ ପୂର୍ବତନ କମିଶନର ପରମବୀର ସିଂହ ଅନିଲ ଦେଶମ୍ରୁଖଙ୍କ ବିରୁଦ୍ଧରେ ବଟି ଆଦାୟର ସାଂଘାତିକ ଅଭିଯୋଗ ଆଣିଥିଲେ ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାରକେଙ୍କୁ ଚିଠି ଲେଖି କହିଥଲେ ଯେ, ଅନିଲ ଦେଶମୁଖ ପ୍ରତି ମାସ ମୁମ୍ବାଇରେ ଥିିବା ବାର ଓ ରେଷ୍ଟୁରାଂଟ ଗୁଡିକ ଠାରୁ ମାସିକ ଶହେ କୋଟି ଟଙ୍କାର ବଟି ଆଦାୟ ପାଇଁ କହୁଥିଲେ । ଅଭିଯୋଗ ଆଧାରରେ ମାମଲା ତଦନ୍ତ ଆରମ୍ଭ ହୋଇଥିଲା । ପରେ  ମାମଲା ସିବିଆଇ ହାତକୁ ଯାଇଥିଲା । ଗୃହମନ୍ତ୍ରୀ ନିଜ ପଦବିର ଅପ ବ୍ୟବହାର କରି ବେଆଇନ ସମ୍ପତି ଠୁଳ କରିଥିବା ମଧ୍ୟ ସାମ୍ନା କୁ ଆସିଥିଲା ।

ବେଆଇନ ବଟି ଆଦାୟ ମାମଲାରେ ଗତ ସୋମବାର ଅନିଲ ଦେଶମୁଖଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ସେହିପରି ପଚରା ଉଚୁରା ପାଇଁ ତାଙ୍କ ପୁଅଙ୍କୁ ମଧ୍ୟ ଇଡି ନୋଟିସ ଜାରି କରିଛି । ଅନ୍ୟପଟେ ବଟି ଆଦାୟ ମାମଲାରେ ଇଡି ଦେଶମୁଖଙ୍କ ସମେତ ତାଙ୍କ ୨ ଜଣ ସହଯୋଗିଙ୍କୁ ମଧ୍ୟ ଗିରଫ କରିଥିିବା ସୁଚନା ମିଳିଛି ।