କନକ ବ୍ୟୁରୋ: ଗାଡ଼ି ଜବତ କଲେ ଅଫିସର । ତାକୁ ମୁକୁଳେଇବା ପାଇଁ ଲାଞ୍ଚ ନେଲେ ଫରେଷ୍ଟଗାର୍ଡ । ଆଉ ଲାଞ୍ଚ ନେଇ ଫେରାର ହୋଇଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘରରେ । ଗତ ଜୁଲାଇ ମାସ ୨୧ ତାରିଖ ଦିନ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ଚାଷ କାମ ଚାଲିଥିଲା । ଏହି ସମୟରେ ଏକ ନମ୍ବରବିହୀନ ଟ୍ରାକ୍ଟରକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରି କୋର୍ଟଚାଲଣ କରିଥିଲା ବନବିଭାଗ । କିନ୍ତୁ ଜବତ ହୋଇଥିବା ଟ୍ରାକ୍ଟରଟିକୁ ମୁକୁଳାଇ ଦେବାକୁ କହିଥିଲେ ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ । ଆଉ ଏଥିପାଇଁ ଲାଞ୍ଚ ମଧ୍ୟ ମାଗିଥିବା ଅଭିଯୋଗ ହୋଇଛି ।
ଟ୍ରକ ଡ୍ରାଇଭର ରୂପଚାନ୍ଦ ଗଣ୍ଡ କୋର୍ଟରୁ ଜାମିନରେ ଆସିବା ପରେ ନିଜ ଟ୍ରାକ୍ଟରକୁ ମୁକୁଳାଇବା ପାଇଁ ଗାର୍ଡ ଭୁବନେଶ ପୂଜାରୀଙ୍କ ସହିତ କଥାବାର୍ତା କରିଥିଲେ । ସେ ଏହି କାମ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହି ରୁପଚାନ୍ଦଙ୍କ ଠାରୁ ୨୦ ହଜାର ଟଙ୍କା ନେଇଥିଲେ । ଟଙ୍କା ଦେବାର ପ୍ରାୟ ୨ ମାସ ବିତିଯାଇଥିଲେ ବି ଗାର୍ଡ ଜଣଙ୍କ ଧରାଛୁଆଁ ଦେଉନଥିବା ରୂପଚାନ୍ଦ ଅଭିଯୋଗ କରିଛନ୍ତି । ଗାର୍ଡଙ୍କ ଫୋନ ମଧ୍ୟ ବନ୍ଦ ଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/9-15.jpg)