କନକ ବ୍ୟୁରୋ: ବନ୍ୟଜନ୍ତୁ ଓ ବନକର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଣିକି ବନ କର୍ମଚାରୀ ପାଇବେ ପୋଲିସର କ୍ଷମତା । ପୋଲିସଙ୍କ ଭଳି ବନକର୍ମଚାରୀ ଏଣିକି ଶିକରୀଙ୍କ ଫୋନ୍ କଲ ଟ୍ରାକିଂ କରିବା ସହିତ ଲୋକେସନ ଯାଂଚ କରିପାରିବେ । ଏହାବାଦ ସେମାନେ ବାଡିଛାଡି ହାତରେ ବନ୍ଧୁକ ଧରିବେ । ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଶିମିଳିପାଳରେ ବନ ଅଧିକାରୀ ଦୁର୍ବୃତଙ୍କ ଆକ୍ରମଣର ଶିକାର ହେବା ପରେ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ଉଠିଥିଲା । ଆଉ ଏବେ ରାଜ୍ୟ ସରକାର ବନ କର୍ମଚାରୀଙ୍କୁ ପୋଲିସର କ୍ଷମତା ଦେଇ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ବନ କର୍ମଚାରୀ ଏବେ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଂ କରିପାରିବେ । ଲୋକେସନ ଟ୍ରାକିଂ ଓ ଫୋଲ୍ କଲ୍ ଡିଟେଲ୍ସ ଯାଂଚ କରିପାରିବେ । ଏହାବାଦ କର୍ମଚାରୀଙ୍କୁ ଗୁଳି ଚଳାଇବାକୁ ପ୍ରଶିକ୍ଷଣ ଦିଆଯାଉଛି । ଏହି କ୍ଷମତା ସାଧାରଣତଃ ଜଣେ ପୋଲିସ ପାଖରେ ଥାଏ । ଏଯାବତ ୯୦ ଜଣ ବନ ଅଧିକାରୀଙ୍କୁ ବନ୍ଧୁକ ଚଳାଇବାକୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆଗକୁ ଆହୁରି ପ୍ରଶିକ୍ଷଣ ନେବେ ବୋଲି ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଅବସରରେ କହିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ବନ୍ୟପ୍ରାଣୀ ତଥା ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ଚଳିତ ବର୍ଷ ଶିମିଳିପାଳରେ ଶିକାରୀଙ୍କ ଆକ୍ରମଣରେ ବନ ଅଧିକାରୀ ସହିଦ ହୋଇଥିଲେ । ଜଂଗଲରେ ଦୁର୍ବତ ମାନେ ବନ୍ୟ ଜନ୍ତୁ ଶିକାର କରିବାକୁ ଆସି ହାତରେ ଧାରୁଆ ଅସ୍ତ୍ର ଧରୁଥିବା ବେଳେ ସୁରକ୍ଷା କର୍ମୀଙ୍କର ହାତରେ ବାଡି ଖଣ୍ଡେ ରହୁଥିବାରୁ ଦୁର୍ବୃତଙ୍କ ଦୌରାତ୍ମ୍ୟ ବଢୁଥିଲା । ଯେଉଁଥିପାଇଁ ନିକଟରେ ବନ କର୍ମଚାରୀ ପ୍ରତିକାତ୍ମକ ଭାବେ ଆନ୍ଦୋଳନ କରିଥିଲେ ଏବଂ ନିଜର ସୁରକ୍ଷା ଦାବି କରିଥିଲେ ।
ବିଭିନ୍ନ ସମୟରେ ଜଙ୍ଗଲରେ ବଢୁଥିବା ଶିକାରୀଙ୍କ ଦୌରାତ୍ମ୍ୟ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାରଙ୍କ ଏହି ନିଷ୍ପତି ଶିକାରୀଙ୍କୁ କଡା ଜବାବ ଦେବ ବୋଲି ଆଶା କରାଯାଉଛି ।