ବାଘ ଆତଙ୍କ ପରେ ସତର୍କ କଲା ବନ ବିଭାଗ : ଜଙ୍ଗଲକୁ ନ ଯିବା ପାଇଁ ପୋଷ୍ଟର ଲଗାଇ ସଚେତନ

1,194

କନକ ବ୍ୟୁରୋ : ଜୟପୁର ବନ୍ଧୁଗାଁରେ ବାଘ ଆତଙ୍କ ପରେ ସତର୍କ କଲା ବନ ବିଭାଗ । ଜଙ୍ଗଲକୁ ନଯିବା ପାଇଁ ପୋଷ୍ଟର ଲଗାଇ ବନ ବିଭାଗ ସଚେତନ କରିଛି । ରାତି ସମୟରେ ବାହାରକୁ ନଯିବା ପାଇଁ କୁହାଯାଇଛି । ଘର ବାହାରେ କିମ୍ବା ଗୁହାଳରେ ଶୋଇବାକୁ ବାରଣ କରାଯାଇଛି । ଜଙ୍ଗଲ ଭିତରେ କିମ୍ବା ବାଘ ଉପସ୍ଥିତି ସ୍ଥାନରେ ନବୁଲିବା ପାଇଁ ପରାମର୍ଶ ଦିଆଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିଛି ବନ ବିଭାଗ ।

ବାଘର ଗତିବିଧିକୁ ଠାବ କରିବା ପାଇଁ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ଟିମ୍ ଆସିଛି । ସିସିଟିଭି ମଧ୍ୟ ଯାଞ୍ଚ କରାଯାଉଛି । ବନ ବିଭାଗ ଏପରି ପୋଷ୍ଟର ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଗତ ସପ୍ତାହରେ ସୀମାନ୍ତ ଝାଙ୍କରକାଲି ଜଙ୍ଗଲରୁ କ୍ଷତାକ୍ତ ଗୋରୁର ମୃତଦେହ ଉଦ୍ଧାର ହୋଇଥିଲା । ବାଘର ପାଦ ଚିହ୍ନ ଠାବ ହେବା ପରେ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି । ସୀମାନ୍ତରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ବନବିଭାଗର ଚାଲିଛି ମିଳିତ ଅପରେସନ ।