କନକ ବ୍ୟୁରୋ: ୧୨ ଦିନ ପରେ ମିଳିଥିବା ଶୁଆକୁ ନେବ ବନବିଭାଗ । ଏଥିପାଇଁ କଟକ ତୁଳସୀପୁର ମଧୁସୂଦନ ନଗର ସ୍ଥିତ ପ୍ରଫେସର ସସ୍ମିତା ବେହେରାଙ୍କ ଘରେ ପହଂଚିଛନ୍ତି ବନବିଭାଗ ଟିମ୍ । ତେବେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ଆଧାରରେ ଘରେ ଶୁଆ ରଖିବା ବେଆଇନ । ତେଣୁ ଶୁଆକୁ ନେବା ପାଇଁ ବନବିଭାଗ କହୁଥିବା ବେଳେ କୋକୋକୁ ଛାଡିବା ପାଇଁ ନାରାଜ ପ୍ରଫେସର ସସ୍ମିତା ବେହେରା । କିଛି ଦିନ ତଳୁ ନିଖୋଜ ହୋଇଯାଇଥିବା ଶୁଆ ‘କୋକୋ’କୁ ଭୁବନେଶ୍ୱର କେଶୁରା କୁଆଖିଆ ନଦୀ କୂଳରୁ ଉଦ୍ଧାର କରାଯାଇଥିଲା । ବର୍ଷାରେ ଓଦା ହୋଇ ଆହତ ହୋଇଥିବା ଶୁଆକୁ ପାଇ ଏହି ଅଂଚଳର ମନୋଜ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ରଖିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସେ ଯୋଗାଯୋଗ କରିଥିଲୋ ଏହାପରେ ଶୁଆର ମାଲିକାଣୀ ପ୍ରଫେସର ସସ୍ମିତା ବେହେରା ଶୁଆକୁ ଚିହ୍ନଟ କରି ନିଜ ଘରକୁ ଆଣିଛନ୍ତି । ୧୨ ଦିନ ପରେ ଶୁଆକୁ ପାଇଥିବାରୁ ଖୁସିରେ ବିଭୋର ହୋଇପଡିଥିଲେ । ଶୁଆ ଅସୁସ୍ଥ ହୋଇପଡିଥିବାରୁ ତାକୁ ଚିକିତ୍ସା କରାଯାଇଛି । ଏବେ ଶୁଆ ସୁସ୍ଥ ରହିଛି । ଗତ ୫ ତାରିଖରୁ ସସ୍ମିତାଙ୍କ ଘରୁ ଶୁଆ କେଉଁଆଡେ ପଳାଇଯାଇଥିଲା । ଖୋଜାଖୋଜି କରି ନ ମିଳିବା ପରେ ଲିଫଲେଟ କରି ତୁଳସୀପରୁ ଅଂଚଳରେ ବାଂଟିଥିଲେ ସ୍ମସିତା । ଶୁଆକୁ ଖୋଜିଦେଲେ ୫ ହଜାର ଟଙ୍କାର ପୁରସ୍କାର ରାଶି ବିଘୋଷଣା କରିଥିଲେ । ତେବେ ଶୁଆ ଘରକୁ ଫେରିଥିବା ବେଳେ ତାକୁ ନେବାକୁ ସସ୍ମିତାଙ୍କ ଘରେ ଏବେ ବନବିଭାଗ ଟିମ୍ ପଂହଚିଛନ୍ତି ।