ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ ରିପୋର୍ଟ

Advertisment
ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ ରିପୋର୍ଟ

କନକ ବ୍ୟୁରୋ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତରପ୍ରଦେଶ ପୁଲିସ । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁସାଇଡ ନୋଟରେ ଲେଖିଛନ୍ତି ମହନ୍ତ ନରେନ୍ଦ୍ର ଗିରି ।

ହେଲେ ଏବେ ସୁଇସାଇଡ ନୋଟର ଫରେନସିକ ରିପୋର୍ଟ ଆସିସାରିଛି । ଆଉ ଏହାପରେ ପୋଲିସର ସନ୍ଦେହ ଆହୁରି ବଢିଯାଇଛି । ତେବେ ଆସନ୍ତୁ ଜାଣିବା କଣ କହୁଛି ସୁଇସାଇଡ ନୋଟର ଫରେନ୍ସିକ ରିପୋର୍ଟ ।
ସୁଇସାଇଡ୍ ନୋଟକୁ ଦୁଇଟି ଭିନ୍ନ ତାରିଖରେ ଲେଖାଯାଇଛି ।

୧୩ ସେପ୍ଟେମ୍ବରକୁ କଳା କଲମରେ ଓ ୨୦ ତାରିଖ ନୀଳ କଲମରେ
ସୁଇସାଇଡ୍ ନୋଟର ପ୍ରତି ପେଜରେ ଦସ୍ତଖତ କରାଯାଇଛି
ସୁଇସାଇଡ୍ ନୋଟରେ ତାଙ୍କ ଶରୀରକୁ କେଉଁଠି ସମାଧୀ ଦିଆଯିବ ଲେଖାଯାଇଛି
କେଉଁ ଶିଷ୍ୟ ପାଖରେ କେଉଁ କକ୍ଷର ଚାବି ରହିଛି ତାହା ଚିଠିରେ ଲେଖାଯାଇଛି
ଆତ୍ମହତ୍ୟା କରିବା ପାଇଁ ଜଣେ ଏତେ ପୂର୍ବରୁ କାହିଁକି ଯୋଜନା କରିବ ତାକୁ ନେଇ ପ୍ରଶ୍ନବାଚୀ
ସତରେ କଣ ଏ ଚିଠି ମହନ୍ତ ଲେଖିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ପ୍ରୟାଗରାଜର ଜର୍ଜ ଟାଉନରେ ଦିଆଯାଇଥିବା ଏଫଆଇଆରରେ ସୁଇସାଇଡ ନୋଟ ବିଷୟରେ ଲେଖାଯାଇନାହିଁ
ଚିଠିରେ ଆନନ୍ଦଗିରି ସମେତ ଆଦ୍ୟା ତିଓାରୀ ଓ ସନ୍ଦିପ ତିଓାରିଙ୍କ ନାମ ଅଛି
କେବଳ ଆନନ୍ଦଗିରିଙ୍କୁ କାହିଁକି ଗିରଫ କରାଯାଇଛି
ମଠରେ ଥିବା କିଛି ଲୋକ ମତ ଦେଇଛନ୍ତି ଯେ ମହନ୍ତ ଅଧିକ ପାଠ ପଢିନାହାନ୍ତି
ସେ ଅକ୍ଷର ଭଲରେ ତିଆରି କରିପାରନ୍ତି ନାହିଁ
ମହନ୍ତ ଏତେ ଲମ୍ବା ଚିଠି ଲେଖିପାରିବେ ନାହିଁ
ଚିଠିରେ ବଲବୀର ଗିରିଙ୍କୁ ମହନ୍ତ କରାଯିବା କଥା କୁହାଯାଇଛି
ପ୍ରଥମେ ବଲବୀର କହିଲେ ଅକ୍ଷର ମହନ୍ତଙ୍କ ନୁହେଁ
ପରେ କହିଲେ ସେ ମହନ୍ତଙ୍କ ଅକ୍ଷର ଦେଖିନାହାନ୍ତି
ଚିଠିରେ ଲେଖାଯାଇଛି ମହନ୍ତଙ୍କ ପାଖକୁ ଗୋଟିଏ ସୂଚନା ହରିଦ୍ୱାରରୁ ଆସିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe