ବନ୍ୟା ଗଲା ଦୁର୍ଦ୍ଦଶା ବଢିଲା । ଯାଜପୁରର ବରୀ ବ୍ଲକରେ ଉଜୁଡିଗଲା ସୁନାର ଫସଲ : ପାଣି ନିଷ୍କାସନ ହୋଇପାରୁନଥିବାରୁ ଶହ ଶହ ଏକର ଜମି ନଷ୍ଟ ହେଲା ଧାନ ଚାଷ

105

କନକ ବ୍ୟୁରୋ : ଯାଜପୁରରେ ବନ୍ୟା ଯୋଗୁ ୬ ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ବରୀ ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଧୀରେଧୀରେ ବନ୍ୟା ପାଣି କମିଛି ସତ କିନ୍ତୁ ବଢ଼ିଛି ଚାଷୀଙ୍କ ଦୁଃଖ । ଶହଶହ ହେକ୍ଟର ଚାଷ ଜମି ପାଣିରେ ବୁଡି ଯିବା ଫଳରେ ବର୍ଷକର ସୁନାର ଫସଲ ଉଜୁଡି ଯାଇଛି । ଏପରି ପରିସ୍ଥିତିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବରୀ ବ୍ଲକର ସବୁ ଠାରୁ ଖାଲୁଆ ଓ ନଦୀ ନାଳ ଘେରା ପଂଚାୟତ ହେଉଛି ରତଲାଙ୍ଗ ।

ଚାରି ପଟେ ବ୍ରାହ୍ମଣୀ,ଖରାସ୍ରୋତା,ଦୁଧେଇ ଓ ତନ୍ତୀ ନଦୀ ଘେରି ରହିଛି । ପଂଚାୟତ ଚାରି ପଟେ ସୁଦୃଢ଼ ନଦୀବନ୍ଧ ନଥିବାରୁ ଚଳିତ ବନ୍ୟା ଅଂଚଳବାସୀଙ୍କୁ ଦୁଃଖ ଦେଇ ଯାଇଛି । ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଜଳ ନିଷ୍ପାସନ ସମସ୍ୟା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ । ଯାହାକି ୧୫ ଦିନ ହେବ ପାଣି ଭିତରେ ବୁଡି ବୁଡି ପଚି ଯାଇଛି । ଏହି ଅଂଚଳର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଚଳିତ ବର୍ଷ ଚାଷ ଉଜୁଡି ଯାଇଥିବା ବେଳେ ପରିବାର ଚଳାଇବା ଚିନ୍ତାରେ ଚାଷୀ ପରିବାର ।