କନକ ବ୍ୟୁରୋ : ଆଠଗଡ ବଡମ୍ବା ମାଆ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ । ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଛି । ପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି । /kanak/media/post_attachments/wp-content/uploads/2020/08/vlcsnap-2020-08-27-08h24m05s186-300x225.png)
/kanak/media/post_attachments/wp-content/uploads/2020/08/vlcsnap-2020-08-27-08h24m05s186-300x225.png)
ତେବେ ପାହାଡ ଉପରେ ମାଆଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ଭଟ୍ଟରିକା ମନ୍ଦିରରେ ପାଣି ପଶିବା ପରେ ତଳିଆ ଅଂଚଳର ଲୋକ ଭୟଭୀତ ହୋଇଛନ୍ତି । ସେପଟେ ହଜାରହଜାର ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି ।