ଯାଜପୁର ଜିଲ୍ଲା ପାଇଁ ଚିନ୍ତା ବଢାଉଛି ବୈତରଣୀର ବନ୍ୟାଜଳ : ମୁଣ୍ଡଳିରେ ମହାନଦୀ ପାଣି ପହଁଚିବା ପରେ ଆହୁରି ବଢିପାରେ ସଂକଟ; ତଳିଆ ଅଂଚଳ ଲୋକେ ଛାନିଆ, ପ୍ରସ୍ତୁତ ହେଉଛି ପ୍ରଶାସନ

133

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ପାଇଁ ଚିନ୍ତା ବଢାଇଲାଣି ବ୍ରାହ୍ମଣୀ ଓ ବୈତରଣୀର ବନ୍ୟାଜଳ । ଉପରମୁଣ୍ଡରେ ବର୍ଷା ପରେ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢିଛି । ଫଳରେ ଯାଜପୁର ଜିଲ୍ଲାର ଅନେକ ଗାଁରେ ପଶିଛି ବନ୍ୟାଜଳ । ୨୦ରୁ ଅଧିକ ସ୍ଥାନରେ ଘାଇ ହୋଇଛି । ଜଳସ୍ତର ବଢିବା ପରେ ତଳିଆ ଅଂଚଳର ଲୋକେ ଅଧିକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଜି ମଧ୍ୟରାତ୍ରୀ ବେଳକୁ ମୁଣ୍ଡଳିଠାରେ ସର୍ବାଧିକ ୧୦ ଲକ୍ଷରୁ ୧୦ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେବା ସମ୍ଭାବନା ରହିଛି ।

ତେଣୁ ତଳମୁଣ୍ଡରେ ଏକ ମଧ୍ୟମ ଧରଣ ବନ୍ୟା ହେବା ଆଶଙ୍କା ସୃଷ୍ଟି ହୋଇଛି  । ତେବେ ଏହାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।