ମଥାନିରେ ବିପଦ ସଙ୍କେତ ଉପରେ ଜଳକା ନଦୀର ବନ୍ୟା ଜଳ : ବିପଦ ସଙ୍କେତ ୫.୫୦ ମିଟର, ଜଳସ୍ତର ୭.୦୫ ମିଟର ; ୭ଟି ପଞ୍ଚାୟତର ୨୦ଟି ଗାଁ ପାଣି ଘେରରେ, ବନ୍ୟା ଜଳରେ ବୁଡିଲା ବାହରଦା-ମଥାନି ରାସ୍ତା

Advertisment
ରାଜ୍ୟରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର : ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ, ବୈତରଣୀ

କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରଭାବିତ ହେଉଥିବା ଜଳକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବା ବେଳେ ଆଜି ସକାଳ ସୁଦ୍ଧା ୭ ଦଶମିକ ଶୂନ ପାଂଚ ମିଟର ଜଳ ପ୍ରଭାବିତ ହେଉଛି । ବସ୍ତା ଅଂଚଳର ହଜାର ହଜାର ଏକର ଚାଷ ଜମି ପାଣିରେ ବୁଡି ରହିଛି । ସେପଟେ କଟିପୋଲ ସାନଖୁଡି ରାସ୍ତା ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରଭାବିତ ହେଉଥିବା ବେଳେ ବାହାର୍ଦା ମାଥାନୀ ରାସତାରେ ୨ ଫୁଟ ଉପରେ ବନ୍ୟା ପାଣି ବୋହୁଛି ।

ଫଳରେ ଯାତାୟତ ପ୍ରଭାବିତ ହୋଇଥିବା ବେଳେ ବ୍ଲକର ୭ଟି ପଂଚାୟତର ୨୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ନଦୀର ଉପର ମୁଣ୍ଡ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର, ମୋରଜା, ଚିତ୍ରଡା, ସୁଳିଆପଜା ଅଂଚଳରେ ପ୍ରବଳ ବର୍ଷା କାରଣରୁ ଜଳକାରେ ଜଳସ୍ତ ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe