କନକ ବ୍ୟୁରୋ : ଲଗାଣ ବର୍ଷା ପରେ ପିପିଲିରୁ ଆସିଛି ବନ୍ୟା ପରର ବିକଳ ଚିତ୍ର । ଏଦୃଶ୍ୟ ଯେଉଁ ବ୍ୟକ୍ତି ଦେଖିବ ଜଣେ ଚାଷୀର ମନର କଷ୍ଟକୁ ସହଜରେ ବୁଝିପାରିବ । ବନ୍ୟା ପରେ ପରେ ଏବେ ହଜି ଯାଇଛି ଚାଷୀର ଧାନ ବିଲ । ଆଉ ମୋ ବିଲ କୁଆଡେ ଗଲା ବୋଲି ଖୋଜି ବୁଲୁଛି ଚାଷୀ । ବନ୍ୟା ପାଣିରେ ଚାଷ ଜମି ଗୁଡିକ ଉପରେ ମାଡି ଯାଇଛି ବହଳିଆ ପଟୁ ଆସ୍ତରଣ । ଏହାରି ଭିତରେ କେଉଁ ଚାଷୀଙ୍କର କ୍ଷେତ କେଉଁଟା ଖୋଜି ପାଇବା ବି କଷ୍ଟକର । ପୁରୀ ଜିଲ୍ଲା କଣାସ ବ୍ଲକର ୧୧ଟି ପଂଚାୟତର ୪୬ ଖଣ୍ଡ ଗାଁରେ ଏବେ ଏପରି ସ୍ଥିତି ।
ଗୋଟେ ପଟେ ବନ୍ୟା ପରେ ପରେ ନଷ୍ଟ ହୋଇ ଯାଇଛି ଧାନ, ପରିବା ଫସଲ । କଣାସରେ ଗଡମାଟିଆପଡା ଠାରେ ଘାଇ ହେବା ପରେ ନଦୀ ବନ୍ଧର ତଟବର୍ତୀ ଅଂଚଳରେ ଧୋଇ ନେଇଛି ଧାନ ବିଲ । ଏପରି ସ୍ଥିତିରେ ଚାଷୀ କିପରି ନିଜ ଧାନ ବିଲକୁ ଖୋଜି ପାଇବେ ସେହି ଚିନ୍ତାରେ ପଡିଛନ୍ତିା