କନକ ବ୍ୟୁରୋ : ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରରେ ଘଂଟାକୁ ୮ ସେଂଟିମିଟର ବଢୁଛି ଜଳସ୍ତର । ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୩୦ ଫୁଟ୍ । ବର୍ତମାନ ଡ୍ୟାମର ଜଳସ୍ତର ରହିଛି ୬୨୬.୫୬ ଫୁଟ । ଜଳସ୍ତର ବଢିବା ପରେ ଡ୍ୟାମର ୪୪ଟି ଗେଟ୍ ଖୋଲା ଯାଇଛି ।
ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୮ ଲକ୍ଷ ୮୫ ହଜାର ୭୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୭ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମରେ ମୋଟ୍ ୯୮ଟି ଗେଟ୍ ରହିଛି । ଜଳସ୍ତର ବଢିବା ପରେ ଶେଷ ଖବର ସୁଦ୍ଧା ୪୪ଟି ଗେଟ୍ ଖୋଲା ଯାଇଛି ।