ଧନୁଆ ନଦୀର ବନ୍ୟା ଉଜାଡିଦେଲା ଚାଷୀର ସୁନାଫସଲ : ବନ୍ୟାପାଣିରେ ପଶିଗଲା ହଜାର ହଜାର ହେକ୍ଟର ଧାନ ଓ ପନିପରିବା; ଗୋପ ବ୍ଲକର ପ୍ରଥମ ୫ଟି ପଂଚାୟତରୁ ଆସିଲା ଚିତ୍ର

219

କନକ ବ୍ୟୁରୋ : ଧନୁଆ ନୀଦରେ ବନ୍ୟା ଉଜାଡିଦେଲା ସୁନାଫସଲ । ବନ୍ୟାପାଣିରେ ପଚିସଢିଗଲା ହଜାର ହଜାର ହେକ୍ଟର ଧାନ ଓ ପନିପରିବା । ଗୋପ ବ୍ଲକର ପାଂଚଟି ପଂଚାୟତରେ ଏଭଳି ସ୍ଥିତି ଦେଖାଦେଇଛି । ନୂଆଖୋଲମରା, ରାହାଗୋରଡା ଓ ଗଣେଶ୍ୱରପୁର ପଂଚାୟତରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ଛାଡିଥିଲେ ବି ଚାଷଜମିକୁ ଦେଖିଲେ ଚାଷୀର ହୃଦୟ ଫାଟିପଡୁଛି । ହେକ୍ଟର ହେକ୍ଟର ଚାଷଜମିରେ ଧାନଫସଲ ପଚିସଢି ନଷ୍ଟ ହୋଇଯାଇଛି । ଆଉ ଦୁଇମାସ ପରେ ଧାନ ଫସଲ ଅମଳ ହୋଇଥାନ୍ତା ।

କିନ୍ତୁ ଧନୁଆନଦୀର ବନ୍ୟା ସବୁକିଛି ଛାରଖାର କରଦେଇଛି । କିଏ ୫ ଏକର ତ କିଏ ଦଶ ଏକର ଜମିରେ ଧାନ ଚାଷ କରିଥିଲା । ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷ କରିଥିଲା । କିନ୍ତୁ ବନ୍ୟାପାଣି ଏବେ ସବୁ ଉଜାଡିଦେଇଛି ।