କନକ ବ୍ୟୁରୋ : ବନ୍ୟା ଯୋଗୁଁ ଜୀବିକା ହରାଇଲେ ପାନଚାଷୀ ଚଳିତବର୍ଷ ଧନୁଆ ନଦୀରେ ଆସିଥିବା ବନ୍ୟା ଯୋଗୁଁ ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ବନ୍ୟା ଯୋଗୁଁ ନିମାପଡ଼ା ବ୍ଲକର ପାନଚାଷୀଙ୍କ ଅବସ୍ଥା ସଙ୍ଗୀନ ହୋଇପଡ଼ିଛି । ବନ୍ୟାପାଣି ମାଡ଼ିଯିବାରୁ ପାନବରଜ ସବୁ ନଷ୍ଟ ହୋଇଯାଉଛି । ପାନଗଛ ସବୁ ପଚିଷଢ଼ି ନଷ୍ଟ ହୋଇଯାଇଛି । ଫଳରେ ଏବେ ଜୀବିକା ହରାଇଛନ୍ତି ପାନଚାଷୀ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ବିଭିନ୍ନ ସମୟ ଆସୁଥିବା ଦୈବିଦୁର୍ବୀପାକ ସମୟରେ କ୍ଷତିଗ୍ରସ୍ତ ପାନଚାଷୀଙ୍କୁ କୈାଣସିପ୍ରକାର ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି ।
କୃଷିବିଭାଗ, ଉଦ୍ୟାନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପାନଚାଷ ସେମାନଙ୍କ ଅଧିନରେ ନୁହେଁ ବୋଲି କହି ଖସିଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏଠାରେ ଏବେ ପ୍ରଶ୍ନ ଉଠୁଛି ପାନଚାଷୀ କେଉଁ ବିଭାଗ ଅଧିନରେ ଯାଉଛି? ଏବଂ ପାନଚାଷୀଙ୍କ ଦୁଃଖ ବୁଝିବ କିଏ? ପାଣି ଛାଡିବା ୨୦ ଦିନ ବିତିଯାଇଥିଲେ ମଧ୍ୟ ଚଳିତ ବର୍ଷର ବନ୍ୟା ଯୋଗୁଁ କେତେମାତ୍ରାରେ ପାନବରଜ କ୍ଷତିଗ୍ରସ୍ତ ହୋଇଛି ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ଆକଳନ କରାଯାଉନାହିଁ । ତେଣୁ ଏବେ ପାନଚାଷୀମାନେ ହତାଶ ହୋଇପଡ଼ିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/23-16.jpg)