ମହାନଦୀରେ ବନ୍ୟା ଯୋଗୁଁ ବାଙ୍କୀରେ ବନ୍ୟାସ୍ଥିତି ଗମ୍ଭୀର : ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ; ଗାଁ ଦାଣ୍ଡରେ ୬ ଫୁଟର ପାଣି, ବୁଡିଲା ଘର

Advertisment
ମହାନଦୀରେ ବନ୍ୟା ଯୋଗୁଁ ବାଙ୍କୀରେ ବନ୍ୟାସ୍ଥିତି ଗମ୍ଭୀର : ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ; ଗାଁ ଦାଣ୍ଡରେ ୬ ଫୁଟର ପାଣି, ବୁଡିଲା ଘର

କନକ ବ୍ୟୁରୋ : ମହାନଦୀ ଉପରମୁଣ୍ଡରେ ବର୍ଷା କମିଛି । ତଳିଆ ଅଂଚଳରେ ଏବେ ବି ବନ୍ୟା ସ୍ଥିତି ଗମ୍ଭୀର ରହିଛି । ମହାନଦୀ ବନ୍ୟାରେ ବାଙ୍କୀ ପୁରା ବେହାଲ ହୋଇ ପଡିଛି । ଶତାଧିକ ଗାଁ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ରହିଛି । କେଉଁଠି ଘର ପୁରା ବୁଡି ଯାଇଛି । ତ କେଉଁଠି ଅଧା ବୁଡି ରହିଛି । ଗାଁ ଦାଣ୍ଡରେ ୬ ଫୁଟର ବନ୍ୟା ଜଳ । ବନ୍ୟା ପାଣି ପଶିବାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ବିପନ୍ନଙ୍କ ନିକଟରେ ପ୍ରଶାସନ ପହଁଚି ନଥିବା ବନ୍ୟା କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି । ବର୍ତମାନ ସବୁଠାରୁ ବଡ ଚିନ୍ତା ପିଇବା ପାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe