କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ , ଦେବୀ ଓ ପାଇକା ନଦୀ । ମହାନଦୀରେ ବନ୍ୟାଜଳ ଆସିବା ପରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତଳିଆ ଅଂଚଳରୁ ବିପଦରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହ ନଦୀବନ୍ଦ ଉପରେ ନଜର ରଖିଛି ପ୍ରଶାସନ ।
ଜଗତସିଂହପୁର ଜିଲ୍ଲା ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ବିଭିନ୍ନ ତଳିଆ ଅଂଚଳକୁ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ବନ୍ୟା ପ୍ରଭାବିତଙ୍କୁ କିଭଳି ଉଦ୍ଧାର କରାଯାଇ ରିଲିଫ୍ ପ୍ରଦାନ କରାଯିବ ଏବଂ ବନ୍ୟାରେ ଯେପରି କାହାର ପ୍ରାଣହାନି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ସମସ୍ତ ଅଧିକାରୀଙ୍କ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/vlcsnap-2020-08-29-09h52m21s0.png)