କନକ ବ୍ୟୁରୋ: ଚାଷ ଜମିରେ ପହଞ୍ଚିବ ଇନ୍ଦ୍ରାବତୀ ପାଣି । କାରଣ ଖରିଫ ଚାଷ ପାଇଁ କଳାହାଣ୍ଡି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ପାଣି ଛଡାଯାଇଛି । ମଙ୍ଗଳପୁର ବ୍ୟାରେଜରୁ ଦୁଇଟି କେନାଲରେ ପାଣି ଛଡାଯାଇଛି । ବାମ କେନାଲରେ ୫ କ୍ୟୁସେକ୍ ଜଳ ଛଡାଯାଇଥିବା ବେଳେ ଦକ୍ଷିଣ କେନାଲରେ ୭ କ୍ୟୁସେକ୍ ଜଳ ବହୁଛି ।
ଜଳସେଚନ ପାଇଁ ଆସନ୍ତା ୧୦ ତାରିଖରେ ମେଗା ଲିଫ୍ଟ କେନାଲରେ ପାଣି ଛଡାଯିବ ବୋଲି ଡ୍ୟାମ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନିଲ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଆଜିଠାରୁ ଛଡାଯାଇଥିବା ପାଣିରେ କଳାହାଣ୍ଡି ଜିଲ୍ଲା ୭ଟି ବ୍ଲକ ୪୬୭ଟି ଗାଁର ୧ ଲକ୍ଷ ୧୨ ହଜାର ୮୬୬ ହେକ୍ଟର ଚାଷ ଜମି ଜଳସେଚିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/INDRABATI.jpg)