କରୋନା କାଳରେ ଆସନ୍ତାକାଲି ରାଜ୍ୟରେ ପଡିବ ପ୍ରଥମ ଭୋଟ । ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ନେଇ ବଢ଼ିଲା ବୁଥ ସଂଖ୍ୟା । ଗୋଟିଏ ବୁଥରେ ଭୋଟ ଦେବେ ହଜାରେ ଜଣ । ଭୋଟ ବେଳେ ଭୋଟରଙ୍କୁ ଦିଆଯିବ ଗ୍ଲୋବ୍ସ । ବୁଥ ଅଞ୍ଚଳକୁ କରାଯିବ ସାନିଟାଇଜ

85

କନକ ବ୍ୟୁରୋ : ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତୋଲ ଉପନିର୍ବାଚନ ଭୋଟ । କରୋନା କାଳରେ ପ୍ରଥମ ଥର ପାଇଁ ଭୋଟ ପଡିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି । ଗୋଟିଏ ବୁଥରେ ହଜାରେ ଭୋଟର ମତ ସାବ୍ୟସ୍ତ କରିପାରିବେ । ବାଲେଶ୍ୱରରେ ୧୯୮ ବୁଥ୍ ଥିଲା ବେଳେ ଏବେ ବଢ଼ି ୩୪୬ ରହିଛି । ସେହିପରି ତିର୍ତୋଲରେ ୨୬୫ ବୁଥ ଥିବା ବେଳେ ଏବେ ୩୭୩କୁ ବୃଦ୍ଧି ହୋଇଛି । ପୋଲିଂ ବୁଥ ଗୁଡ଼ିକୁ ବିଶୋଧନ କରାଯାଉଛି । ସାମାଜିକ ଦୂରତା ରଖି ଭୋଟର ଭୋଟ ଦେବେ ଏହା ସହ ଭୋଟ ବେଳେ ଭୋଟରଙ୍କୁ ଦିଆଯିବ ଗ୍ଲୋବ୍ସ ମଧ୍ୟ ଦିଆଯିବ ।

ଡ଼୍ୟୁଟି ଅଫିସର ପିପିଇ କିଟ ପିନ୍ଧି ବୁଥରେ ଉପସ୍ଥିତ ରହିବେ । ମତଦାନ କେନ୍ଦ୍ରକୁ ଯାଉଥିବା ସବୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଯାହାର ଅଧିକ ଚେମ୍ପରେଚର କି ଅନ୍ୟ କୌଣସି ସମସ୍ୟା ଥିବ ସେମାନଙ୍କ ପାଇଁ ଭୋଟିଂର ବିକଳ୍ପ ବ୍ୟବସ୍ଥା କରାଯିବ । ଯଦି କାହା ପାଖରେ ଭୋଟର କାର୍ଡ଼ ନାହିଁ ତେବେ ଅନ୍ୟ ପରିଚୟ ପତ୍ର ଦେଇ ଭୋଟ ଦେଇ ପାରିବେ । ଭୋଟ ସ୍ଲିପ ପରିଚୟ ପତ୍ର ଭାବେ କାମ କରିବ । ବାଲେଶ୍ୱରରେ ୮୬ ସମ୍ବେଦନଶୀଳ ବୁଥ ଥିବା ବେଳେ ତିର୍ତୋଲରେ ୧୫୫ଟି ରହିଛି ।