କନକ ବ୍ୟୁରୋ : କେନ୍ଦ୍ରସରକାର କୋଲକତା ଠାରେ ବିଶ୍ୱ ସ୍ତରୀୟ ସୁବିଦା ବାଲା ଫୁଲବାଗାନ ଅଣ୍ଡର ୱାଟର ମେଟ୍ରୋ ଷ୍ଟେସନ ସାଧାରଣ ଲୋକଙ୍କ ପାଇଁ ଉଦଘାଟନ କରି ଦୁର୍ଗାପୂଜା ଭେଟି ଦେଇଛନ୍ତି । ଚଳିତ ମାସ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କୋଲକତା ପୂର୍ବ -ପଶ୍ଚିମ କରିଡର ଫୁଲବାଗାନ ମେଟ୍ରୋ ଷ୍ଟେସନର ଉଦଘାଟନ କରିଥିଲେ । ଏହି କରିଡରର ଲମ୍ବ ୧୬.୬ କିଲୋମିଟର ରହିଛି । ହୁଗୁଳି ନଦୀର ପଶ୍ଚିମ କୂଳରୁ ହାଓଡାର ପୂର୍ବ କୂଳ ସଲ୍ଟଲେକ୍ ସିଟି ଯାଏ ଏହି କରିଡର ଯୋଡି ହୋଇଛି ।
ଫୁଲବାଗାନ ହେଉଛି ର୍ପୂବ- ପଶ୍ଚିମ ମେଟ୍ରୋ କରିଡରରେ ଆରମ୍ଭ ହୋଇଥିବା ପ୍ରଥମ ଭୂତଳ ଷ୍ଟେସନ । ଏହି କରିଡରରେ ମେଟ୍ରୋଟ୍ରେନ ପ୍ରଥମେ ହୁଗୁଳୀ ନଦୀର ଉଚ୍ଚ ଜମି ଉପରୁ ଉହ୍ଲାଇ ୱାଟର ଟର୍ନେଲ ଦେଇ ଯାତାୟତ କରିବ । କୋଲକତା ମେଟ୍ରୋରେ ଉତର- ଦକ୍ଷିଣ ମେନ୍ ଲାଇନରେ ଏମଜି ରୋଡ ମେଟ୍ରୋ ଷ୍ଟେସନ ଶେଷ ଭୁତଳ ଷ୍ଟେସନ ଥିଲା । ଯାହା ସେପ୍ଟେମ୍ବର ୧୯୫୫ ରେ ଆରମ୍ଭ ହୋଇଥିଲା । ତା’ପରେ ଯେତେ ମେଟ୍ରୋ ଷ୍ଟେସନ ହୋଇଛି ତାହା ମାଟି ଉପରେ ହୋଇଛି । ଉଦଘାଟନ ବେଳେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ କି ଏହା କୋଲକତାବାସୀଙ୍କ ପାଇଁ ଦୁର୍ଗା ପୂଜାରେ କେନ୍ଦ୍ରସରକାରଙ୍କ ତରଫରୁ ଭେଟି । ସେ କହିଥିଲେ କି ୨୦୩୫ ସୁଦ୍ଧା କୋଲକତା ଇଷ୍ଟ-ୱେଷ୍ଟ ମେଟ୍ରୋ କରିଡରରେ ପ୍ରତିଦିନ ୧୦ ଲକ୍ଷ ଲୋକ ଯାତାୟତ କରିବେ । ଏହାସହ ଟ୍ରାଫିକ୍ ଜାମ୍ ରୁ ଲୋକମାନେ ନିସ୍ତାର ପାଇବେ । ଅନ୍ୟପଟେ ଏତିକି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ୨୦ ମିନିଟ୍ ସମୟ ଲାଗୁଥିବା ବେଳେ ଏହା ଦ୍ୱାରା ଲୋକେ ଗୋଟିଏ ମିନିଟ୍ ରେ ଅତିକ୍ରମ କରିପାରିବେ ।
ଏହା ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ କୋଲକତା ଇଷ୍ଟ-ୱେଷ୍ଟ କରିଡର ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚକୁ ମଞ୍ଜୁରୀ ଦେଇଥିଲେ । ସମ୍ପୁର୍ଣ୍ଣ ଭାବେ ଡିଜାଇନ ହୋଇଥିବା କରିଡରରେ ୮.୭୫୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏକ ଆକଳନ ମୁତାବକ ଏହି ପ୍ରକଳ୍ପ ୨୦୨୧ ସୁଦ୍ଧା ସମ୍ପୁର୍ଣ୍ଣ ହେବ ।