ଦୁର୍ଘଟଣା ରୁଟରେ ପୁଣି ଚାଲିଲା ଟ୍ରେନ୍ । ମାଲବାହୀ ଟ୍ରେନ ପରେ ଗଡିଲା ପ୍ରଶାନ୍ତି ଏକ୍ସପ୍ରେସ୍ ।

Advertisment
ଦୁର୍ଘଟଣା ରୁଟରେ ପୁଣି ଚାଲିଲା ଟ୍ରେନ୍ । ମାଲବାହୀ ଟ୍ରେନ ପରେ ଗଡିଲା ପ୍ରଶାନ୍ତି ଏକ୍ସପ୍ରେସ୍ ।

କନକ ବ୍ୟୁରୋ: ଆନ୍ଧ୍ର ସୀମା ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ହୋଇଥିବା ଟ୍ରାକରେ ପୁଣି ଚାଲିଲା ଟ୍ରେନ୍ । ପ୍ରଥମେ ଏକ ମାଲବାହୀ ଟ୍ରେନ୍ ପରୀକ୍ଷାମୂଳକ ଭାବେ ଚାଲିଛି । ଏହା ଆଲମଣ୍ଡା ଷ୍ଟେସନ୍ ଦେଇ ଗତି କରିବା ପରେ ପ୍ରଶାନ୍ତି ଏକ୍ସପ୍ରେସ୍ ମଧ୍ୟ ଚାଲିଛି ।

ଆନ୍ଧ୍ରପ୍ରଦେଶର ବିଜୟନଗରମ୍ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଚିକିିତ୍ସିତ ହେଉଛନ୍ତି । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ଏହି ଦୁର୍ଘଟଣା ପରେ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ଡରୁଥିବାରୁ ଟିକେଟ୍ ଟଙ୍କା ଫେରାଇନେବାକୁ ଷ୍ଟେସନ ଟିକେଟ୍ କାଉଣ୍ଟରରେ ଭିଡ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe