ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ: ଦର୍ଶକଙ୍କ ମନ ଜିତିଲା କଳାକାରଙ୍କ ଡାଇଲଗ ଓ ଲୁକ

93

କନକ ବ୍ୟୁରୋ: ବହୁପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଥିବା ଡାଇଲଗ ଓ ଆକର୍ଷଣୀୟ ଦୃୃଶ୍ୟ ଦର୍ଶକଙ୍କ ମନ ଜିତିପାରିଛି । ପ୍ରଥମ ଥର ପାଇଁ ବଲିଉଡ ହାଟଥ୍ରୋବ ହ୍ରତିକ ରୋଶନ ଓ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ ଏକାଠି ଅଭିନୟ କରୁଛନ୍ତି । ବାୟୁସେନାଧିକାରୀ ଭୂମିକାରେ ଉଭୟଙ୍କ ରହିଛି ଦମଦାର ଅଭିନୟ । ଜାନୁଆରୀ ୨୫ରେ ଫାଇଟର ହେବ ରିଲିଜ ।

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ଫାଇଟରର ପ୍ରଥମ ଟ୍ରେଲର । ଆକ୍ସନରେ ଭରପୂର ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରୁଛି ବଲିଉଡ ହାଟଥ୍ରୋବ ହ୍ରିତିକ ରୋଶନ ଓ ଡିମ୍ପଲ ଗର୍ଲ ଦିପୀକା ପାଦୁକୋନ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କିଭଳି ଭାରତୀୟ ସେନା ପାକିସ୍ତାନଠୁ ପ୍ରତିଶୋଧ ନେଉଛନ୍ତି ଏହାକୁ ନେଇ ପର୍ଯ୍ୟବେସିତ ହୋଇଛି ଫିଲ୍ମ ଫାଇଟରର କାହାଣୀ । ପ୍ରଥମ ଥର ପାଇଁ ବିଟାଉନର ଆଗଧାଡି ତଥା ଲୋକପ୍ରିୟ କଳାକାର ଦୀପିକା ପାଦୁକୋନ ଓ ହ୍ରିତିକ ରୋଶନ ଏକାଠି ଅଭିନୟ କରୁଛନ୍ତି । ଅନ୍ୟପଟେ ଅନୀଲ କପୁରଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି । ପୂର୍ବରୁ ସିନେମାର ଗୋଟିଏ ଟିଜର ଓ ୩ଟି ଗୀତ ରିଲିଜ ହୋଇଛି ଯାହା ଦର୍ଶକଙ୍କ ମନକୁ ଛୁଇଁଛି । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଫାଇଟର ଜାନୁଆରୀ ୨୫ରେ ରିଲିଜ ହେବ ।