୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର: ଜନ୍ମଦିନରେ ଆସିଲା ଆଗାମୀ ସିନେମା ‘ଆନିମଲ’ର ପ୍ରଥମ ଟ୍ରେଲର

Advertisment
୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର: ଜନ୍ମଦିନରେ ଆସିଲା ଆଗାମୀ ସିନେମା ‘ଆନିମଲ’ର ପ୍ରଥମ ଟ୍ରେଲର

କନକ ବ୍ୟୁରୋ: ୪୨ ବର୍ଷରେ ପାଦ ଦେଲେ ବଲିଉଡ୍ ଅଭିନେତା ରଣବିର କପୁର । ତାଙ୍କ ଜନ୍ମଦିନରେ ମୁକ୍ତିଲାଭ କରିଛି ତାଙ୍କ ଆଗାମୀ ଫିଲ୍ମ ଆନିମଲର ପ୍ରଥମ ଟ୍ରେଲର । ଟି ସିରିଜ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ରଣବିର କପୁରଙ୍କୁ ଜବରଦସ୍ତ ଆକ୍ସନ୍ ଭୂମିକାରେ ଦେଖିବାକୁ ମିଳିବ । ଏହି ସିନେମାରେ ରଣବିରଙ୍କ ବିପକ୍ଷରେ ସାଉଥ ସୁନ୍ଦରୀ ରସ୍ମିକା ମନ୍ଦନାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ । ଫିଲ୍ମରେ ଅନ୍ୟାନ ପ୍ରମୁଖ ଭୂମିକାରେ ଅନୀଲ କପୁର, ବବି ଦେଓଲ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ସନ୍ଦୀପ ରେଡ୍ଡୀ ଭାଙ୍ଗା ଫିଲ୍ମଟିର ନିର୍ଦ୍ଦେଶନା ଭାର ତୁଲାଇଥିବାବେଳେ ପ୍ରଯୋଜନା କରିଛନ୍ତି ଭୂଷଣ କୁମାର । ଡିସେମ୍ବର ୧ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ଆନିମଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe