ରିଲିଜ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷର ପ୍ରଥମ ଟ୍ରେଲର: ୪ ଘଂଟାରେ ୪ ମିଲିୟନ ଭ୍ୟୁ ସହ ଫିଲ୍ମ କଲା ନୂଆ ରେକର୍ଡ
କନକ ବ୍ୟୁରୋ: ମଙ୍ଗଳବାର ବହୁପ୍ରତୀକ୍ଷିତ ସିନେମା ଆଦିପୁରୁଷର ଟ୍ରେଲର ଲଂଚ କରିଛନ୍ତି ନିର୍ମାତା । ଏଥିପାଇଁ ମୁମ୍ବାଇରେ ଏକ ବଡ ଇଭେଂଟର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଭାସ ଓ କ୍ରିତି ସାନନଙ୍କ ସହ ଅନ୍ୟ କଳାକାର ମାନେ ଉପସ୍ଥିତ ଥିଲେ । ପ୍ରଥମେ ଜୟ ଶ୍ରୀରାମ ନାରା ସହ ହୋଇଥିଲା ଟ୍ରେଲର ଲଂଚ । ଏକାସାଥିରେ ୭୦ଟି ଦେଶରେ ଲଂଚ ହୋଇଛି ଏହି ଟ୍ରେଲର । ଏହାପୁର୍ବରୁ ସୋମବାର ହାଇଦ୍ରାବାଦରେ ମଧ୍ୟ ଏକ ସ୍ପେଶାଲ ସ୍କିନିଂ କରାଯାଇଥିଲା, ଥିଏଟରରେ ଫ୍ୟାନ୍ସଙ୍କ ଗହଣରେ ବସି ଟ୍ରେଲର ଦେଖିଥିଲେ ପ୍ରଭାସ ଓ କ୍ରିତି ସାନନ୍ ।
ରାମାୟଣ କାହାଣୀକୁ ନେଇ ଆଧାରିତ ହୋଇଛି ଫିଲ୍ମ ଆଦିପୁରୁଷର ଟ୍ରେଲର । ଏହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ରାମ ଅବତାରରେ ଏକ ଯୋଦ୍ଧା ଭୂମିକାରେ ଦେଖିବାକୁ ମିଳିଛି । ସେହିପରି ମାତା ସୀତାଙ୍କ ଭୁମିକାରେ ନଜର ଆସିଛନ୍ତି ଅଭିନେତ୍ରୀ କ୍ରିତି ସାନନ । ପ୍ରଥମ ଥର ପାଇଁ ଦୁହେଁ ଏହି ସିନେମା ଜରିଆରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ସେହିପରି ରାବଣ ଭୂମିକାରେ ସୈଫ ଅଲ୍ଲି ଖାନ୍ ନଜର ଆସିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ରହିଛନ୍ତି ସନ୍ନି ସିଂ । ଟ୍ରେଲରରେ ଭରଫୁର ଭିଏଫଏକ୍ସର ବ୍ୟବହାର ହୋଇଛି । ୬୦୦ କୋଟି ବଜେଟ୍ରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଓମ୍ ରାଉତ । ବତର୍ମାନ ସୁଦ୍ଧା ଏହା ସବୁଠୁ ବଡ ବଜେଟର ଫିଲ୍ମ ବୋଲି କୁହାଯାଉଛି । ଆସନ୍ତା ଜୁନ୍ ୧୬ରେ ଫିଲ୍ମଟି ବଡ ପରଦାକୁ ଆସିବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଦର୍ଶକ ରାମାୟଣର କାହାଣୀକୁ ବଡ ପରଦାରେ ଦେଖିବାକୁ ଅତି ଉକ୍ରଣ୍ଠାର ସହ ଅପେକ୍ଷା କରି ରହିଥିବା ବେଳେ ଏବେ ରିଲିଜ ହୋଇଛି ଆଦିପୁରୁଷର ଟ୍ରେଲର । ପୂର୍ବରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଶେଷ କରି ରାବଣ ଭୂମିକାରେ ସୈଫଙ୍କ ଲୁକ ଏବଂ ହନୁମାନଙ୍କ ଲୁକ୍କୁ ନେଇ ବିବାଦ ଦେଖାଦେଇଥିଲା । ଏବେ ସବୁ ବିବାଦ ଓ ଚର୍ଚ୍ଚା ଭିତରେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର । ବକ୍ସଅଫିସରେ ଏହି ହାଇବଜେଟ୍ ଫିଲ୍ମଟି ରେକର୍ଡ କରିବ ବୋଲି ଆଶାବାଦୀ ଅଛନ୍ତି ମେକର୍ସ ।