ବର୍ଷ ବର୍ଷ ଧରି ବୌଦ୍ଧ ଭିକ୍ଷୁ ଜୀବନ ବଂଚିବା ପରେ ତେନଜିନ୍ ମାରିକୋ ନିଜକୁ ଏବେ ନୂଆ ରୂପରେ ସ୍ଥାପିତ କରିସାରିଛନ୍ତି । ନିର୍ବାସିତ ତିବତ୍ ସମୁଦାୟରେ ପ୍ରଥମ ଟ୍ରାନ୍ସଜେଣ୍ଡରର ମୁକୁଟ ପିନ୍ଧିବାର ଯାତ୍ରା ପର୍ଯ୍ୟନ୍ତ ସେ ଅନେକ କଠିନ ରାସ୍ତା ଦେଇ ଆସିଛନ୍ତି ।
ସେ ନିଜ ସଂଘର୍ଷ ଉପରେ ଧ୍ୟାନ ନଦେଇ ବରଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ନିର୍ଦ୍ଧାରିତ କରିଛନ୍ତି । ପୁରୁଷ ରୂପେ ଜନ୍ମ ନେଇଥିବା ତେନଜିନ୍ ୟୁଜେନ୍ କହନ୍ତି କି, ସେ ୬ ଭାଇଙ୍କ ମଧ୍ୟରୁ ଜଣେ । ୯୦ ଦଶକରେ ତାଙ୍କ ମାତା ପିତା ଭାରତ ପହଂଚିଥିଲେ ଓ ବିଡ୍ , ହିମାଚଳ ପ୍ରଦେଶରେ ରହିଲେ । ପାରମ୍ପରିକ ତିବତୀୟ ପରିବାରରେ ୬ ଭାଇଙ୍କ ମଧ୍ୟରୁ ସେ ନିଜକୁ ଅଲଗା ପାଇଲେ ।
ପୁରୁଣା ସମୟକୁ ମନେ ପକାଇ କୁହନ୍ତି କି, ମଠରେ ଭିକ୍ଷୁ ହେବା ପାଇଁ ଜଣେ ପୁରୁଷ ହେବା ଦୃଷ୍ଟିରୁ ଅଲଗା ବ୍ୟବହାର କରିବାକୁ ପଡେ । ୯ବର୍ଷ ବୟସରେ ସେ ସମସ୍ତ ମାନ୍ୟତାକୁ ଭାଙ୍ଗିଲେ । ଯୁବାବସ୍ଥାରେ ଏକ ଏମିତି ସମୟ ଆସିଲାକି ସେ ଟ୍ରାନ୍ସଜେଣ୍ଡର ବନିଗଲେ । ୨୦୧୪ରେ ତାଙ୍କ ଜୀବନ ବଦଳିଗଲା, ଯେତେବେଳେ ସେ ଭାବିଲେ କି ସେ ଏକ ଭିନ୍ନ ଚିନ୍ତା ରଖି କିଛି ନୂଆ କରିବେ । ଏହି ବର୍ଷ ମହିଳାଙ୍କ ପରିଧାନରେ ଡାନ୍ସ କରିବା ଭିଡିଓ ଭାଇରାଲ ହେବା ପରେ ଭିକ୍ଷୁ ଜୀବନ ତ୍ୟାଗ କଲେ । ଜୀବନରେ ଅନେକ ସଂଘର୍ଷ କଲାପରେ ସେ ନିଜର ସର୍ଜରୀ କରାଇଲେ । ତିବତ ସମୁଦାୟରେ ନୂଆ ରୂପରେ ଉପସ୍ଥାପିତ କଲେ । ୨୦୧୫ରେ ଧର୍ମଶାଳାରେ ମିସ୍ ତିବତ ପ୍ରତିଯୋଗିତାରେ ସାମିଲ ହେଲେ । ତା’ପରେ ସେ ପଛକୁ କେବେ ଚାହିଁ ନାହାନ୍ତି । ତିବତ ସମାଜ ଛୋଟ ହେଲେ ବି ଟ୍ରାନ୍ସ ମଡେଲକୁ ଏବେ ସେଲିବ୍ରିଟି ମାନୁଛି । ପ୍ରଥମ ତିବତ ଟ୍ରାନ୍ସଜେଣ୍ଡର ହେବା ତାଙ୍କ ପାଇଁ ଗର୍ବର ବିଷୟ ।
Follow Us
/kanak/media/post_attachments/wp-content/uploads/2019/02/Trans-Model-300x199.jpg)
/kanak/media/post_attachments/wp-content/uploads/2019/02/23-300x226.jpg)