ଆସିଲା ଆଗାମୀ ହିନ୍ଦୀ ଫିଲ୍ମ ‘ଗଣପତ’ ପ୍ରଥମ ଟିଜର: ଦେଖିବାକୁ ମିଳିଲା ଟାଇଗର ଶ୍ରଫଙ୍କ ଜବରଦସ୍ତ ଅନ୍ଦାଜ

155

କନକ ବ୍ୟୁରୋ: ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ଗଣପତର ପ୍ରଥମ ଟିଜର । ଅଭିନେତା ଟାଇଗର ସ୍ରଫ୍ ପୁଣିଥରେ ଏହି ସିନେମାରେ ଆକ୍ସନ୍ ଅବତାରରେ ନଜର ଆସିବେ । ରିଲିଜ ହୋଇଥିବା ଗଣପତର ନୂଆ ଟିଜରରେ ଟାଇଗର ସର୍ଫଙ୍କ ଦମଦାର ଆକ୍ସନ ସିନ୍ ଦେଖିବାକୁ ମିଳିଛି । ଆକ୍ସନ ଥ୍ରୀଲର ଓ ସସପେନ୍ସରେ ଭରପୂର ରହିଛି ଗଣପତ । ଫିଲ୍ମଟିରେ ଟାଇଗର ସର୍ଫ ଓ କ୍ରିତି ସାନନ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ବିକାଶ ବହେଲଙ୍କ ନିର୍ଦ୍ଦେଶିତ ଗଣପତ ଅକ୍ଟୋବର ୨୦ରେ ରିଲିଜ ହେବ । ୨ଶହ କୋଟି ବଜେଟରେ ନିିର୍ମିତ ସିନେମା ଦଶହରା ବଜାରରେ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।