ଅକ୍ସଫୋର୍ଡ ଟୀକାର ପ୍ରଥମ ଫଳାଫଳ ଉତ୍ସାହଜନକ : ଟୀକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୩ ଜଣଙ୍କ କ୍ଷେତ୍ରରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା

190

କନକ ବ୍ୟୁରୋ : ଅକ୍ସଫୋଡ଼ ଟିକାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ । ଟିକା ନେଇଥିବା ୨୪ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୩ଜଣଙ୍କ କ୍ଷେତ୍ରରେ ଦେଖାଦେଇଛି ପାର୍ଶ୍ବ ପ୍ରତିକ୍ରିୟା । ସେହିପରି ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ଗୁରୁତ୍ୱର ହୋଇନାହାନ୍ତି କିମ୍ବା କାହାର ବି ମୃତ୍ୟୁ ହୋଇନାହିଁ ।

୩ଟି ପର୍ଯ୍ୟାୟରେ ଟିକା ନେଇଥିବା ଲୋକଙ୍କ ଶାରେରୀକ ସମସ୍ୟକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି । ଲକ୍ଷଣ ନଥିବା ସଂକ୍ରମଣ ରୋକିବାରେ ଏ ଟିକା ୨୭ ପ୍ରତିଶତ ସଫଳ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଟିକା ଅନୁମୋଦନ ପାଇବା ପାଇଁ ଆଷ୍ଟ୍ରାଜେନେକା ବର୍ତମାନ ସାରା ବିଶ୍ୱରେ ନିୟାମକଙ୍କ ସହ ଆଲୋଚନା କରୁଛି । ସପ୍ତାହେ ମଧ୍ୟରେ ବିଟ୍ରେନ ନିୟାମକ ଏମଏଚଆରଏଙ୍କ ଅନୁମୋଦନ ପାଇବାକୁ ଆଶା କରୁଛି ।