କନକ ବ୍ୟୁରୋ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସମକକ୍ଷ ହେବେ ମୋଦୀ । ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ତେବେ ୧୨ ସଂସ୍ଥାର ବୁଥ ବାହୁଡା ମତ ଏହାର ସଙ୍କେତ ଦେଇଛି । ଏନଡିଏକୁ ଏଥର ହାରାହାରି ୩୬୫ ଆସନ ଏବଂ ଇଣ୍ଡିଆକୁ ୧୪୬ ଆସନ ମିଳିପାରେ ଅନୁମାନ କରାଯାଉଛି । ଏଥର ବିଜେପି ଏକାକୀ ୩୧୭ ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି । ସେହିପରି କଂଗ୍ରେସ ୬୧ ଆସନ ପାଇପାରେ ।
ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ୫୨ଟି ଆସନ ପାଇଥିଲା । ତେବେ ଏଥର ବିଜେପିର ସଫଳତା ପଛରେ ଓଡ଼ିଶା, ପଶ୍ଚିମବଙ୍ଗ, ଦକ୍ଷିଣ ଭାରତୀୟ ରାଜ୍ୟର ଅବଦାନ ରହିଛି ବୋଲି କୁହାଯାଉଛି । ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାୟୁଡୁଙ୍କ ସହ ବିଜେପି ମେଣ୍ଟ ୨୫ରୁ ୧୮ ଆସନ ପାଇବ ବୋଲି ଆକଳନ କରିଛନ୍ତି ବିଭିନ୍ନ ସଂସ୍ଥା । ସେପଟେ ତେଲେଙ୍ଗାନାରେ ବିଜେପି ମୋଟ ୧୭ରୁ ବିଜେପି ଅଧା ଆସନ ପାଇପାରେ । କର୍ଣ୍ଣାଟକରେ କଂଗ୍ରେସ ସରକାର ସତ୍ୱେ ଦଳକୁ ଏତେ ସଫଳତା ମିଳିିବନି । ତାମିଲନାଡୁରେ ଏଥର ବିଜେପି ଖାତା ଖୋଲିପାରେ । ପଶ୍ଚିମବଙ୍ଗରେ ବିଜେପି ଗତ ନିର୍ବାଚନରେ ୧୮ ଆସନ ପାଇଥିବା ବେଳେ ଏଥର ୨୨ ଆସନ ପାଇବ ବୋଲି ଆକଳନ କରାଯାଇଛି । ଓଡ଼ିଶାରେ ବିଜେପିକୁ ୧୫ ଆସନ ମଳିବ ବୋଲି ଅନେକ ସଂସ୍ଥା ଆକଳନ କରିଛନ୍ତି । ସବୁ ଜାତୀୟ ଗଣମାଧ୍ୟମର ଆକଳନ କହୁଛନ୍ତି, ଦେଶରେ ଲାଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିପାରେ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଏନଡିଏ ମେଣ୍ଟ ୪ ଶହ ପାର କରିବ ବୋଲି ଆକଳନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/13.jpg)