ଦେଶରେ ଫେବ୍ରୁଆରୀ ମାସରେ ଦିଆଯିବ ପ୍ରଥମ ପର୍ଯ୍ୟାୟ ଅକ୍ସଫୋର୍ଡ ଟିକା । ପୁନାୱାଲା କହିଲେ ଦୁଇ ଡୋଜକୁ ପଡ଼ିବ ହଜାରେ ଟଙ୍କା

315

କନକ ବ୍ୟୁରୋ : ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଆଷ୍ଟାଜେନିକା ଟିକାର ଦୁଇଟି ଡୋଜ୍ । ଏନେଇ ସୂଚନା ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲା । ଅନ୍ୟପଟେ ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ଆରମ୍ଭ ହୋଇଛି ।

ଆଉ ଏହି ଟୀକା ପରିକ୍ଷଣରେ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇ କୋଭାକ୍ସିନ୍ ଡ଼ୋଜ ନେଇଛନ୍ତି ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍ । ଅନିଲ ବିଜ୍ କହିଛନ୍ତି ତୃତୀୟ ପର୍ଯ୍ୟାୟ ପରିକ୍ଷଣରେ ପ୍ରାୟ ୨୬ ହଜାର ଲୋକଙ୍କୁ ସାମିଲ କରଯିବ । କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ହରିୟାଣାର ରୋହତକରେ ଆଜି ଠାରୁ ଆରମ୍ଭ ହୋଇଛି ।

ମନ୍ତ୍ରୀ ଅନିଲ ବିଜ୍ଙ୍କୁ ପ୍ରଥମ ଟୀକା ଦିଆଯାଇଛି । ପ୍ରଥମେ ଦୁଇ ଶହ ସ୍ୱେଚ୍ଛାସେବୀଙ୍କୁ ଏହି ଭ୍ୟାକ୍ସିନ୍ର ଡ଼ୋଜ ଦିଆଯିବ । ଭ୍ୟାକ୍ସିନର ଦୁଇଟି ଡ଼ୋଜ ଦିଆଯିବାର ବ୍ୟବସ୍ଥା ରହିଛି । ପ୍ରଥମ ଡ଼ୋଜ ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ଦେଶରେ ପ୍ରାୟ ୨୫ହଜାର ୮ଶହ ଲୋକଙ୍କ ଉପରେ ଭ୍ୟାକ୍ସିନ୍ ଟ୍ରାଏଲ ହୋଇସାରିଲାଣି ।