କନକ ବ୍ୟୁରୋ: ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ବିଧାନସଭାରେ ୯୫ ହଜାର କୋଟି ଲେଖାନୁଦାନ ପାରିତ ହେବା ପରେ ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ତେବେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଶେଷ ଦିନରେ ଅନେକ ନାଟକ ଗୃହ ମଧ୍ୟରେ ଦେଖିବାକୁ ମିଳିଥିଲା । ବିରୋଧୀ ବିଜେଡିକୁ ଶାସକ ବିଜେପି ଲେଖାନୁଦାନ ସମୟରେ କଡ଼ା ଜବାବ୍ ଦେବା ଏବଂ ଶୂନ୍ୟକାଳରେ ନିଲମ୍ବିତ ଆଇପିଏସ ରାଜେଶଙ୍କ ପ୍ରସଙ୍ଗ ଉଠାଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବା ସହ ବିରୋଧୀଙ୍କ ହଟ୍ଟଗୋଳଠୁ ଆରମ୍ଭ କରି ଅନେକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା ।

Advertisment