୭୪ ପ୍ରତିଶତ ମତଦାନ ସହ ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ଭୋଟିଂ । ବ୍ରହ୍ମପୁରରେ ସର୍ବନିମ୍ନ ଭୋଟିଂ ।

189

କନକ ବ୍ୟୁରୋ: ୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଇଭିଏମରେ ସିଲ୍ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ଛୋଟ ମୋଟ ଗଣ୍ଡଗୋଳକୁ ଛାଡିଲେ ଶାନ୍ତିପୂର୍ଣ୍ଣ ଭାବେ ୪ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୨୮ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ଏଥର ପ୍ରାୟ ୭୪ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି । କିନ୍ତୁ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏ ଭୋଟ ଗ୍ରହଣ ହୋଇଥିବାରୁ ଚଡାନ୍ତ ମତଦାନ ହାର ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଲୋକସଭା ଆସନ ପାଇଁ ନବରଙ୍ଗପୁରରେ ସର୍ବାଧିକ ୮୦.୨୨% ମତଦାନ ହୋଇଥିବା ବେଳେ ବ୍ରହ୍ମପୁରରେ ସବୁଠୁ କମ ୬୪. ୩୪ ପ୍ରତିଶତ ଭୋଟ ପଡ଼ିଛି । କୋଟିଆରେ ରେକର୍ଡ ୭୬ ପ୍ରତିଶତ ମତଦାନ ହୋଇଛି । କୋଟିଆରେ ଅନେକ ଲୋକ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଭୋଟ ଦେଇଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୭୫. ୭୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରେ ୭୬. ୯୮.୪୩ ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି ।