କନକ ବ୍ୟୁରୋ: ସରିଲା ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ୬୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ରହିଛି । ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ର୍ନିବାଚନ ହେଉଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହୋଇଛି । ୨ଶହ ଜିଲ୍ଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । କୋଭିଡ୍ କଟକଣା ଭିତରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ଏହି ନିର୍ବାଚନରେ ଅନେକ ବଡ ବଡ ନେତାଙ୍କ ଭାଗ୍ୟପରୀକ୍ଷା ହୋଇଛିି । ୯ ମନ୍ତ୍ରୀଙ୍କ ସହ କିଛି ଟାଣୁଆ ନେତାଙ୍କ ନେତୃତ୍ୱର ହୋଇଛି ପରୀକ୍ଷା ।
ବାଚସ୍ପତି ଓ ଉପ ବାଚସ୍ପତିଙ୍କ ର୍ନିବାଚନ ମଣ୍ଡଳୀରେ ପଡ଼ିଛି ପଂଚାୟତ ଭୋଟ । ତାଙ୍କ ଦାୟିତ୍ୱରେ ଥିବା ଅଂଚଳରେ କେତେ ପ୍ରାର୍ଥୀଙ୍କୁ ଜିତାଇପାରୁଛନ୍ତି ସେହି ଅନୁସାରେ ତାଙ୍କର ପତିଆରା ସାବ୍ୟସ୍ତ ହେବ । ସେଥିପାଇଁ ନେତା ବି ପୁରା ଜୋର ଲଗାଇଛନ୍ତି ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ । ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟିଂ ହେବ । ଫେବ୍ରୁଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ ତାରିଖରେ ପଂଚମ ପର୍ଯ୍ୟାୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/31-15.jpg)